ଜରାଜୀର୍ଣ୍ଣ ଅବସ୍ଥାରେ ଫୁଲବାଣୀ କୋର୍ଟ ଛକ ସ୍ଥିତ  ମନୋରମା ଲଜ୍ଜ
Manorama Lodge news and photo from Phulbani
ଫୋଟ


କନ୍ଧମାଳ,୧୧ଜୁଲାଇ(ହି.ସ.) କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର କୋର୍ଟ ଛକ ରେ ଥିବା ପୌରପରିଷଦ ର ମନୋରମା ଲଜ୍ଜ ଦୀର୍ଘ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି l ଏହି ଲଡଜ ତଳେ ପନ୍ଦରଟି ଦେକାନ ଗୃହ ରହିଛି l ଏହି ଦୋକାନ ଗୃହ ଗୁଡିକ ସଦା ସର୍ବଦା ଖୋଲା ରହି ଲୋକମାନଙ୍କୁ ସୁବିଧା ଯୋଗାଉଛନ୍ତି ଏଥି ସହିତ ଏହି ଦୋକାନ ଗୁଡିକ ରୁ ପୌରପରିଷଦ ର ମଧ୍ୟ ଆୟ ହେଉଛି l ପ୍ରତି ମାସ ରେ ଦୋକାନୀ ମାନେ ଘର ଭଡା, ବିଦ୍ୟୁତ ଭଡା ସ୍ୱଳ୍ପ ମୂଲ୍ୟର ଅର୍ଥ ରାଶି ପୈଠ କରି ଆସୁଛନ୍ତି l ଏଥି ସହିତ ଯେଉଁ ଲୋକମାନଙ୍କ ନାମରେ ପୂର୍ବରୁ ପୌରପରିଷଦ ଟେଣ୍ଡର ପ୍ରକ୍ରିୟାରେ ପ୍ରଦାନ କରାଯାଇଥିଲା l ପରବର୍ତୀ ସମୟରେ ବିନା ଟେଣ୍ଡରରେ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ଉପାୟରେ ସଲା ସୁତୁରା କରି ଅଧିକାଂଶ ଦୋକାନ ଅନ୍ୟ ମାନଙ୍କୁ ଅଧିକ ଟଙ୍କାରେ ଭଡା ଦେବା ସହ ଅଧିକ ଅଗ୍ରିମ ରାଶି ଦ୍ୱିତୀୟ ପକ୍ଷଠୁ ନେଇଥିବାର ଚର୍ଚ୍ଚା ହେଉଛି l ଉପର ମହଲା ମନୋରମା ଲଡଜକୁ ଜନସାଧାରଣଙ୍କ ସୁବିଧା ଦେବା ପାଇଁ ଯେଉଁ ବ୍ୟକ୍ତି ଙ୍କୁ ଲିଜ ଆକାକରରେ ଦିଆଯାଇଥିଲା l କିଛିବର୍ଷ ଦେଖେଇବା ପାଇଁ ଚଳେଇ ଆସୁଥିଲେ l ବର୍ତମାନ ଦୀର୍ଘ ବର୍ଷ ହେଲାଣି ଲଡଜ କାମ କରୁନି କି ଜନସାଧାରଣ ଙ୍କୁ ସୁବିଧା ଦେଇ ପାରୁନି ଏବଂ ଲଡଜ ଭଡା କି ବିଦ୍ୟୁତ ଭଡା ମଧ୍ୟ ବନ୍ଧା ଯାଉନାହିଁ l ପୌରପରିଷଦର ବାକିଆ ଅର୍ଥ ରାଶି ବୃଦ୍ଧି ପାଇ ଯାଉଛି l ପୌରପରିଷଦ ତା ଉପରେ କୌଣସି ପଦକ୍ଷେପ ନେଉ ନଥିବା ସୂଚନା ମିଳୁଛି l ତଳ ଗୃହ ଗୁଡିକରେ ବର୍ଷା ଦିନେ ପାଣି ଗଳୁଛି l କେତେକ ଦୋକାନ ଗୃହ ଭଗ୍ନ ଆଡ଼କୁ ଗତି କଲାଣି l ଯଥା ଶିଘ୍ର ଏହାର କିଛି ପଦକ୍ଷେପ ନନେଲେ ଆଗକୁ ଯଦି ଭୁଷୁଳି ପଡି କାହାର କିଛି ଜୀବନ ପ୍ରତି ବିପଦ ଘଟେ ସେଥିପାଇଁ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦାୟୀ ରହିବକି l ବିପଦ ଆଗରୁ ଉକ୍ତ ସ୍ଥାନରେ ଯେଉଁ ସବୁ ଦୋକାନ ଗୃହ ଗୁଡିକ ଅଛି ତାର ନୂତନ ଭାବେ ନିର୍ମାଣ ପାଇଁ ସର୍ବ ସାଧାରଣରେ ଦାବୀ ରହିଛି l ଲଡଜ କାନ୍ଥରେ ବିରାଟ ବରଗଛ ଉଠିଥିବାର ଦୃଶ୍ୟ ମାନ ହେଉଛି

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande