୧୪ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣୀ
ପୁରୀ, ୧୧ ଜୁଲାଇ (ହି.ସ.) - ଚଳିତ ମାସ ୧୪ ତାରିଖରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ସଦର ମହକୁମା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ନିକଟ ନିର୍ମାଣ ନିବାସ ସମ୍ମୁଖ ପଡିଆ ଠାରେ ଅନୁଷ୍ଠିତ ହେବ । ଦିନ୧୦ ଘଟିକାରେ ଆରମ୍ଭ ହୋଇ ଦିନ ୧ ଟାରେ ଶେଷ ହେବ । ଗତ ୭ ତାରିଖରେ ରଥଯାତ୍ରା କାର୍ଯ୍ୟ ଥିବାରୁ ଅଭିଯ
୧୪ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣୀ


ପୁରୀ, ୧୧ ଜୁଲାଇ (ହି.ସ.) - ଚଳିତ ମାସ ୧୪ ତାରିଖରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ସଦର ମହକୁମା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ନିକଟ ନିର୍ମାଣ ନିବାସ ସମ୍ମୁଖ ପଡିଆ ଠାରେ ଅନୁଷ୍ଠିତ ହେବ । ଦିନ୧୦ ଘଟିକାରେ ଆରମ୍ଭ ହୋଇ ଦିନ ୧ ଟାରେ ଶେଷ ହେବ । ଗତ ୭ ତାରିଖରେ ରଥଯାତ୍ରା କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି ହୋଇପାରି ନ ଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଯୋଗ କାରିଙ୍କ ଅଭିଯୋଗ ଜିଲ୍ଲାପାଳ ଶୁଣିବେ । ଏ ସମ୍ପର୍କରେ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande