ଭୁବନେଶ୍ୱର, ୧୧ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବରଗଡ଼ ଜିଲ୍ଲାର ପାଇକମାଳରେ ସର୍ବାଧିକ ୬୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ ୫୮.୬ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଦେଓଗାଁରେ ୫୦.୦ ମି.ମି., ଲଖନପୁରରେ ୪୪.୨ ମି.ମି., ଦେବଗଡ଼ ଜିଲ୍ଲାର ଦେବଗଡ଼ରେ ୪୩.୨ ମି.ମି., ବରଗଡ଼ ଜିଲ୍ଲାର ଝାରବନ୍ଧରେ ୪୩.୦ ମି.ମି., ସମ୍ବଲପୁର ଜିଲ୍ଲାର ବାମରାରେ ୪୦.୦ ମି.ମି., ସୋନପୁର ଜିଲ୍ଲାର ସୋନପୁରରେ ୩୯.୮ ମି.ମି., ସମ୍ବଲପୁର ଜିଲ୍ଲାର ସମ୍ବଲପୁରରେ ୩୮.୪ ମି.ମି., ବରଗଡ଼ ଜିଲ୍ଲାର ବରଗଡ଼ରେ ୩୬.୪ ମି.ମି., ଅତାବିରାରେ ୩୫.୦ ମି.ମି., ସମ୍ବଲପୁର ଜିଲ୍ଲାର ହୀରାକୁଦରେ ୩୨.୮ ମି.ମି.ଏବଂ ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ାରେ ୩୨.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ