ସମାଜସେବୀ ଉଦଯୋଗୀ ଗଦାଧରଙ୍କ ଅକାଳ ବିୟୋଗ
ବଲାଙ୍ଗିର, 11 ଜୁଲାଇ (ହି.ସ.) ତରଭା ନିକଟସ୍ଥ ତଥା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଇରାସର ଗ୍ରାମର ସମାଜସେବୀ, ସଂଗଠକ, ଉଦଯୋଗୀ, ଧର୍ମପରାୟଣ ବ୍ଯକ୍ତି ଗଦାଧର ମହାପାତ୍ରଙ୍କ ବୁଧବାର ରାତିରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହେଉଥିଲା।ସେ କିଛିଦିନ ହେଲା ରକ୍ତ ସ°କ୍ରମଣ ରେ ଆକ୍ରା
ସମାଜସେବୀ ଉଦଯୋଗୀ ଗଦାଧରଙ୍କ ଅକାଳ ବିୟୋଗ


ବଲାଙ୍ଗିର, 11 ଜୁଲାଇ (ହି.ସ.)

ତରଭା ନିକଟସ୍ଥ ତଥା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଇରାସର ଗ୍ରାମର ସମାଜସେବୀ, ସଂଗଠକ, ଉଦଯୋଗୀ, ଧର୍ମପରାୟଣ ବ୍ଯକ୍ତି ଗଦାଧର ମହାପାତ୍ରଙ୍କ ବୁଧବାର ରାତିରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହେଉଥିଲା।ସେ କିଛିଦିନ ହେଲା ରକ୍ତ ସ°କ୍ରମଣ ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ବଲାଙ୍ଗୀର ଭିମଭୋଇ ମେଡିକାଲ୍ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁତ୍ର ଦିପଙ୍କର ମହାପାତ୍ର ଓ ଶୁଭଙ୍କର ମହାପାତ୍ରଙ୍କ ସହିତ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କର ପାର୍ଥିବ ଶରୀରକୁ କାଲି ବଇରାସର ସ୍ଥିତ ନିଜ ବାସଭବନକୁ ଅଣାଯିବା ପରେ ତାଙ୍କର ବନ୍ଧୁ ବର୍ଗ, ବଇରାସର ଗ୍ରାମବାସୀ ଓ ତରଭାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ।, ନିବୃତ୍ତୀ ଯୋର କୁଳରେ ଥିବା ସ୍ଵର୍ଗଦ୍ଵାର ଠାରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲା। ବଡ଼ପୁଅ ମୁଖାଗ୍ନି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande