ଅଙ୍ଗନଵାଡି କର୍ମୀକୁ ବଦଳାଇବାକୁ ଦାବି
ଜୟପୁର 11 ଜୁଲାଇ (ହି.ସ.) ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣୀ ଗ୍ରାମର ମାଉଲିଭଟ୍ଟା ସାହିର ଅଙ୍ଗନଵାଡି କର୍ମୀଙ୍କ କାର୍ଯ୍ୟରେ ଅବହେଳା ଓ ଅନିୟମିତତା କୁ ନେଇ ଅଙ୍ଗନଵାଡି କର୍ମୀକୁ ବଦଳାଇବା ପାଇଁ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଫାମ୍ପୁଣୀ ଗ୍ରାମବାସୀଙ୍କ
ଅଙ୍ଗନଵାଡି କର୍ମୀକୁ ବଦଳାଇବାକୁ ଦାବି


ଜୟପୁର 11 ଜୁଲାଇ (ହି.ସ.) ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣୀ ଗ୍ରାମର ମାଉଲିଭଟ୍ଟା ସାହିର ଅଙ୍ଗନଵାଡି କର୍ମୀଙ୍କ କାର୍ଯ୍ୟରେ ଅବହେଳା ଓ ଅନିୟମିତତା କୁ ନେଇ ଅଙ୍ଗନଵାଡି କର୍ମୀକୁ ବଦଳାଇବା ପାଇଁ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଫାମ୍ପୁଣୀ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ହେଲା ୮ନମ୍ବର ଵାର୍ଡ ଉଆଲିଭଟ୍ଟା ସାହିରେ ଗୋଟିଏ ଅଙ୍ଗନଵାଡି କେନ୍ଦ୍ର ଅଛି। ଏହି କେନ୍ଦ୍ରରେ ସେହି ଗ୍ରାମର ଦଶମୀ ହରିଜନ ନାମ୍ନୀ ଜଣେ ମହିଳା ଅଙ୍ଗନଵାଡି କର୍ମୀ ଭାବେ ନିଯୁକ୍ତି ପାଇଛନ୍ତି। କିନ୍ତୁ ସେ ନିୟମିତ କେନ୍ଦ୍ର ଖୋଲୁ ନାହାନ୍ତିଏବ˚ କାର୍ଯ୍ୟରେ ଅବହେଳା କରୁଛନ୍ତି। ସରକାରଙ୍କ ମାର୍ଗଦର୍ଶିକା ପ୍ରକାରେ ନିୟମିତ କେନ୍ଦ୍ର ଖୋଲିବା, ପ୍ରାକ ବିଦ୍ୟାଳୟ ଶିକ୍ଷାଦାନ, ଶିଶୁ , କିଶୋରୀ ବାଳିକା ଏବ˚ ଗର୍ଭବତୀ ମହିଳା ମାନଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରିବା, ସ୍ବାସ୍ଥ୍ୟ ପରୀକ୍ଷା କରିବା ଆଦି କୌଣସି କାର୍ଯ୍ୟ କରାଯାଉନାହିଁ। ଏଥିରେ କୌଣସି ଲୋକ ପ୍ରତିବାଦ କଲେ ସେ ଏବ˚ ତାଙ୍କ ସ୍ବାମୀ ପୁରିଆ ହରିଜନ ଧମକ ଦେଉଛନ୍ତି। ଏବ˚ ଗାଁ ଲୋକେ ମୋର କିଛି କ୍ଷତି କରିପାରିବେ ନାହିଁ ବୋଲି କହୁଛନ୍ତି। ତେଣୁ ଅଙ୍ଗନଵାଡି କେନ୍ଦ୍ର ପରିଚାଳନା ନିମନ୍ତେ ଦଶମୀ ହରିଜନ ବଦଳରେ ଅନ୍ୟ କାହାରିକୁ ନିଯୁକ୍ତି କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଲଳିତା ହରିଜନ, ଜମୁନା ବାଘ, ରଶିତା ନାଗ, ଡାଲି ହରିଜନ, କୁମାରୀ ବାଘଙ୍କ ସମେତ ଫାମ୍ପୁଣୀ ଗ୍ରାମର ମହିଳା ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande