ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) - ଟିଏମସି ସାଂସଦ ମହୁଆ ମିତ୍ରଙ୍କ ମନ୍ତବ୍ୟକୁ କଡା ଭର୍ତ୍ସନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ମହୁଆ ମିତ୍ର ଯାହା କୁହନ୍ତି ସେ ନିଜେ ବୁଝନ୍ତି ନାହିଁ। ମହୁଆ ମିତ୍ର ଲୋକସଭାରୁ ବିତାଡ଼ିତ ହୋଇଥିଲେ। ଆଉ ସେ ପୁଣି କଣ ଓଡ଼ିଶାକୁ ଧମକ ଦେବେ। ଓଡ଼ିଆ ପୁଅକୁ ବାହା ହୋଇଛନ୍ତି ଆଉ ମାସେ ପୁରିନି ଶଶୁର ଘରକୁ ଧମିକି ଦେଉଛନ୍ତି। ଶାଶୁ ଘର କଲେ ଓଡ଼ିଶାରେ କିନ୍ତୁ ମନ ଓ ଶରୀର ଅଛି ବଙ୍ଗଳାରେ । ପିନାକୀ ବାବୁ କଣ କରୁଥିବେ ମୁଁ ବୁଝି ପାରୁ ନାହିଁ । ଇଂରେଜ ମାନେ ଓଡ଼ିଶାକୁ ଧମକେଇ ପାରି ଲେନି ଆଉ ମହୁଆ ମିତ୍ର କିଏ ? ସେ ଓଡିଶା ପ୍ରତି ଦୃଷ୍ଟି ନ ଦେଇ ଯଦି ବେଙ୍ଗଲ ପ୍ରତି ଦୃଷ୍ଟି ଦିଅନ୍ତେ ତାଙ୍କ ପାଇଁ ତେବେ ମଙ୍ଗଳ ହୁଅନ୍ତା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା