ଭିଜିଲାନ୍ସ ଅଫିସ ପରିଚୟ ଦେଇ ଘରେ ପଶିଲେ ଆଉ ଲୁଟିନେଲେ ସୁନାଗହଣା ଓ ଲକ୍ଷାଧିକ ନଗଦ ଟଙ୍କା
କେନ୍ଦ୍ରାପଡ଼ା, ୧୧ ଜୁଲାଇ(ହି.ସ.) – ଡେରାବିଶ ଥାନା ଅନ୍ତର୍ଗତ ଓଲଢ଼ି ଗାଁର ଅବସରପ୍ରାପ୍ତ ଡାକ୍ତର ମହମ୍ମଦ ଜଲିଲ ଅହମଦ ଖାଁ ଘରେ ଆଜି ଦିନ ପ୍ରାୟ ସାଢ଼େ ଗୋଟାଏବେଳେ ଘଟିଛି ଏହି ଘଟଣା। ୪ଟି ବାଇକ୍‌ରେ ପ୍ରାୟ ୮ ଜଣ ବ୍ୟକ୍ତି ଦିନ ସାଢେ ଗୋଟାଏରେ ମହମ୍ମଦ ଜଲିଲଙ୍କ ଘରେ ପହଂଚି ନିଜକୁ ଭିଜିଲାନ୍ସ ବିଭାଗ ର
ଭିଜିଲାନ୍ସ ଅଫିସ ପରିଚୟ ଦେଇ ଘରେ ପଶିଲେ ଆଉ ଲୁଟିନେଲେ ସୁନାଗହଣା ଓ ଲକ୍ଷାଧିକ ନଗଦ ଟଙ୍କା


କେନ୍ଦ୍ରାପଡ଼ା, ୧୧ ଜୁଲାଇ(ହି.ସ.) – ଡେରାବିଶ ଥାନା ଅନ୍ତର୍ଗତ ଓଲଢ଼ି ଗାଁର ଅବସରପ୍ରାପ୍ତ ଡାକ୍ତର ମହମ୍ମଦ ଜଲିଲ ଅହମଦ ଖାଁ ଘରେ ଆଜି ଦିନ ପ୍ରାୟ ସାଢ଼େ ଗୋଟାଏବେଳେ ଘଟିଛି ଏହି ଘଟଣା। ୪ଟି ବାଇକ୍‌ରେ ପ୍ରାୟ ୮ ଜଣ ବ୍ୟକ୍ତି ଦିନ ସାଢେ ଗୋଟାଏରେ ମହମ୍ମଦ ଜଲିଲଙ୍କ ଘରେ ପହଂଚି ନିଜକୁ ଭିଜିଲାନ୍ସ ବିଭାଗ ର ଅଧିକାରୀ ବୋଲି ପରିଚୟ ଦେଇ ଘର ଯାଂଚ ଆରମ୍ଭ କରିଥିଲେ। ମହମ୍ମଦ ଜଲିଲ ସେମାନଙ୍କ ପରିଚୟ ଜାଣିବା ପାଇଁ ଚାହିଁବାରୁ ସେମାନେ କିଛି କହି ନଥିଲେ। ତେବେ ସୁଯୋଗ ଦେଖି ଦୁର୍ବୃତମାନେ ମହମ୍ମଦ ଜଲିଲ ତାଙ୍କ ସ୍ତ୍ରୀ ମଲିକା ଫିରୋଜ ଓ ପୁଅ ମହମଦ ଜାହିଦ ଅହମଦ ଖାଁଙ୍କୁ ଗୋଟେ ଘରେ ପୂରାଇ ବାହାରପଟୁ ବନ୍ଦ କରିଦେଲେ। ପ୍ରାୟ ଅଧଘଂଟା ଭିତରେ ସେମାନେ ଘରୁ ନଗଦ ୧ ଲକ୍ଷ ଟଙ୍କା ଓ ପ୍ରାୟ ଦେଢଶହ ଗ୍ରାମ ସୁନାଗହଣା ଲୁଟିନେଇ ଫେରାର ହୋଇ ଯାଇଛନ୍ତି ଲୁଟେରା। ଗଲାବେଳେ ଘରେ ଲାଗିଥିବା କ୍ୟାମେରାର ହାର୍ଡଡିସ୍କ ସାଙ୍ଗରେ ନେଇଗଲେ। ପଡ଼ୋଶୀ ଆସି ପରିବାରକୁ ଉଦ୍ଧାର କରିଥିଲେ କ୍ଷ ଘଟଣା ଘଟିବା ପରେ ଡାକ୍ତର ମହମ୍ମଦ ଜଲିଲଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande