କେନ୍ଦୁଝର, ୧୧ ଜୁଲାଇ (ହି.ସ.)- ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ। ଏହିଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବଡନେଉଳି ପଞ୍ଚାୟତ ସିଲିଟିଆ ଗାଁ ରେ।
ସିଲିଟିଆ ଗ୍ରାମର ସୁରେଶ ମହାନ୍ତ (୩୫) ଗାଧୋଇବାକୁ ଗ୍ରାମ ପେlଖରୀକୁ ଯାଇଥିଲେ। ଗାଧୋଇବା ବେଳେ ସେ ପାଣିରେ ବୁଡି ଯାଇଥିଲେ l ତାଙ୍କୁ ସ୍ଥାନୀୟ ଲେlକେ ଉଦ୍ଧାର କରିଥିଲେ । କିନ୍ତୁ, ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ବାରିଆ ପେlଲିସକୁ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପୁଲିସ ପହଂଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA