ଭୁବନେଶ୍ୱର, 11 ଜୁଲାଇ (ହି.ସ.)- ଵିରୋଧି ଦଳ
ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି କହିଛି ଯେ, ଏହା ସମ୍ବିଧାନ ବନ୍ଚାଅ ଆନ୍ଦୋଳନ ନୁହେଁ ବରଂ ଏହା
କଂଗ୍ରେସ ବନ୍ଚାଅ ଆନ୍ଦୋଳନ । ବିଜେପି ଉପ
ସଭାପତି ବିରଞ୍ଚି ତ୍ରିପାଠି କହିଛନ୍ତି ଯେ, କଂଗ୍ରେସ ନିଜର ସତ୍ତା ହରାଉଛି
। ଅସ୍ତଗାମୀ ଦଳ ନିଜର ଅସ୍ତିତ୍ୱ ବଞ୍ଚେଇବାକୁ ଏହା ଏକ ପ୍ରୟାସ ବୋଲି କହିଲା ବିଜେପି।
ମଲିକାର୍ଜୁନ ଖଡ୍ଗଗେ ବିଗତ
ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ରାମନାଥ କୋବିନ୍ଦଙ୍କ ଉପରେ ଦେଇଥିବା ବୟାନ ଘୋର
ନିନ୍ଦନୀୟ। ଓଡିଶା ମାଟିର ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେପି। ଏହା କଣ
ସମ୍ବିଧାନର ଅପମାନ ନୁହେଁ ବୋଲି ପ୍ରଶ୍ନ କରିଛି ବିଜେପି ।
ବିରଞ୍ଚି ତ୍ରିପାଠି କହିଛନ୍ତି ଯେ, ସମ୍ବିଧାନ କଥା କଂଗ୍ରେସ ନ
କହିଲେ ଭଲ। ବିଗତ ସମୟରେ ବାପା- ଝିଅ, ମା- ପୁଅ, ସ୍ୱାମୀ - ସ୍ତ୍ରୀଙ୍କ ଦଳ ଥିଲା। ଏବେ ମା- ପୁଅ- ଝିଅ, ଜ୍ୱାଇଁରେ କଂଗ୍ରେସ
ଦଳ ଚାଲିଛି। ଗତକାଲି କଂଗ୍ରେସ୍ ନେତା ପ୍ରେସମିଟ କରି ବିଜେପିକୁ ଆକ୍ଷେପ କରିଥିଲା। ଯାହା
ସ୍ପଷ୍ଟ କରୁଛି କଂଗ୍ରେସ ହତାଶ ହୋଇଛି। ପ୍ରତି ନିର୍ବାଚନରେ ଭୋଟ ହାର କମିଛୁ। ଗତ ୩ ଥରର
ସାଧାରଣ ନିର୍ବାଚନରେ ସାଂସଦ ସଂଖ୍ୟା ୩ ଅଙ୍କ ମଧ୍ୟ ଛୁଇଁ ନାହିଁ। କଂଗ୍ରେସ ଏମ୍ରଜେନ୍ସି
ଲଗେଇଥିଲା। ସମ୍ବିଧାନ ଦଳି ମକଚି ଦେଇଥିଲେ। କଂଗ୍ରେସ ସମ୍ବିଧାନର ମୁଖବନ୍ଧକୁ ମଧ୍ୟ ବନ୍ଦ
କରିଥିଲା। ଶାହାଭାନ କେସ ରେ ସୁପ୍ରିମକୋର୍ଟରେ ଏହାକୁ ବଡ଼ଲାଯାଇଥିଲା। କଂଗ୍ରେସ ଦଳ ସବୁ ସମୟରେ
ସମ୍ବିଧାନର ଅପ ବ୍ୟବହାର କରିଥିବା ଦଳ । ୩୫୬ ଧାରା ଉଦାହରଣ ଦେଇଛି ବିଜେପି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା