ଦୁଇ ବର୍ଷ ଗଲା ନାହିଁ : ଭୁଷୁଡ଼ିଲା ସ୍କୁଲ ପାଚେରୀ
ଚମ୍ପୁଆ, ୧୧ ଜୁଲାଇ (ହି.ସ.) - ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଭିତିଭୂମିରେ ଶିକ୍ଷାଦାନ ଯୋଗାଇ ଦେବାକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଠିକାଦାର ଓ ଅଧିକାରୀଙ୍କ ସଲା ସୁତୁରାରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତ
ଭାଙ୍ଗିଥିବା ସ୍କୁଲ ପାଚେରୀ


ଚମ୍ପୁଆ, ୧୧ ଜୁଲାଇ (ହି.ସ.) - ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଭିତିଭୂମିରେ ଶିକ୍ଷାଦାନ ଯୋଗାଇ ଦେବାକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଠିକାଦାର ଓ ଅଧିକାରୀଙ୍କ ସଲା ସୁତୁରାରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା କେବି ଉଚ୍ଚ ବିଦ୍ୟାଳୟରେ। ୫ ଟି ଯୋଜନାରେ ଗତ ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିବା ବିଦ୍ୟାଳୟ ପାଚେରୀ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଭୁଶୁଡ଼ି ପଡ଼ିଛି। ଲକ୍ଷାଧିକ ଟଙ୍କା ଅନୁଦାନ ରେ ବିଦ୍ୟାଳୟର ପାଚେରୀ ନିର୍ମାଣ କରା ଯାଇଥିଲା । ମାତ୍ର ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏତେ ନିମ୍ନ ମାନର କାମ ହୋଇଥିଲା ଯେ ଦୁଇ ବର୍ଷ ନ ଯାଉଣୁ ବିଦ୍ୟାଳୟର ଗୋଟିଏ ପାର୍ଶ୍ୱ ପାଚେରୀ ପାଖାପାଖି ଶହେ ଫୁଟ୍ ଯାଏଁ ଭୁଶୁଡ଼ି ପଡ଼ିଛି। ସେହି ସମୟରେ ବିଦ୍ୟାଳୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ଅଘଟଣରୁ ଅଳ୍ପକେ ବର୍ତି ଯାଇଛନ୍ତି । ଯାହା ବିଭାଗୀୟ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାବେଳେ ଏହାକୁ ନେଇ ଭଣ୍ଡା ଗ୍ରାମରେ ଅସନ୍ତୋଷ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଭିତିରି ବୁଝାମଣାରେ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ଆଣିବା ସହିତ ଏହା ଉପରେ ଜିଲ୍ଲା ପ୍ରଶାସନ ବିଧିବଦ୍ଧ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande