ବିଶ୍ୱ ଜନସଂଖ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) - ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନ ଠାରେ ଶୁକ୍ରବାର ଆୟୋଜିତ ରାଜ୍ୟସ୍ତରୀୟ ସମାରୋହ ବିଶ୍ୱ ଜନସଂଖ୍ୟା ଦିବସ-୨୦୨୫ କାର୍ଯ୍ୟକ୍ରମରେ ଯୋଗଦେଇ ପରିବାର ନିୟୋଜନ, ମାନବଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତା ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟମ
ବିଶ୍ୱ ଜନସଂଖ୍ୟା ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) - ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନ ଠାରେ ଶୁକ୍ରବାର ଆୟୋଜିତ ରାଜ୍ୟସ୍ତରୀୟ ସମାରୋହ ବିଶ୍ୱ ଜନସଂଖ୍ୟା ଦିବସ-୨୦୨୫ କାର୍ଯ୍ୟକ୍ରମରେ ଯୋଗଦେଇ ପରିବାର ନିୟୋଜନ, ମାନବଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତା ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ସେ କହିଛନ୍ତି ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର, ମାତୃ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ବିଶ୍ୱ ଜନସଂଖ୍ୟା ଦିବସର ପ୍ରଧାନ ଲକ୍ଷ୍ୟ ।

ଆମ ରାଜ୍ୟରେ ପରିବାର ନିୟୋଜନ ଅଭିଯାନକୁ ସଫଳ କରିବା ନିମନ୍ତେ ବହୁବିଧ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହାର ଫଳସ୍ୱରୁପ ପରିବାର କଲ୍ୟାଣ କାର୍ଯ୍ୟକ୍ରମରବିଭିନ୍ନ କ୍ଷେତ୍ରରେ ବିଗତ ବର୍ଷ ମଧ୍ୟରେ ଆଶାନୁରୁପକ ସଫଳତା ଲାଭ କରିଛି। ଦମ୍ପତି ପିଛା ହାରାହାରି ସନ୍ତାନ ସଂଖ୍ୟା ଯାହା ୨.୧ ରହିବା ଆବଶ୍ୟକ, ଆମ ରାଜ୍ୟର ତାହା ୧.୮ ରେ ପହଂଚିଛି। ଏହା ଜାତୀୟ ହାର ଉନ୍ନତ ସ୍ତରରେ ରହିଛି। ପରିବାର ନିୟୋଜନର ଅପୁରଣୀୟ ଆବଶ୍ୟକତା ଓଡିଶାର ଶତକଡା ୧୩.୬ ରୁ କମ ହୋଇ ୭.୨ ରେ ପହଞ୍ଚିପାରିଛି। ଯାହାକି ଆମ ରାଜ୍ୟ ପାଇଁ ଖୁସିର ବିଷୟ। ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀ ଆଶା ଦିଦି ମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଆବଶ୍ୟକ ସୁଚନା ପ୍ରଦାନକରି ସେବା ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଯାଉଛି। ସଠିକ ଶିକ୍ଷାର ସ୍ତର ବୃଦ୍ଧି, ଲୋକଙ୍କୁ ଭୁଲ ଓ ଠିକ ବିଷୟରେ ଜାଗୃତ କରିବାର ଅଭିଯାନର ପ୍ରଚାର ଦ୍ୱାରା ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ପାରିବ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ପରିବାର ନିୟୋଜନରେ ନିଜର ଅତୁଳନୀୟ ଅବଦାନ ଦେଇଥିବା ଆଶା,ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଆର୍ôଥକ ସହାୟତା ରାଶି ପ୍ରଦାନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande