ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) - ଓଡ଼ିଶା ଗସ୍ତ ବେଳେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହାର ଜବାବରେ ବିଜେପି ସାଂସଦ ପ୍ରଦୀପ ପୁରୋହିତ
କହିଛନ୍ତି ରାଜ୍ୟବାସୀ ରାଜ୍ୟ ସରକାରଙ୍କ ଉପରେ ଖୁସି ଅଛନ୍ତି। କଂଗ୍ରେସ କିମ୍ବା ରାହୁଲ ଗାନ୍ଧି ଖୁସି ନହେଲେ କିଛି ଫରକ୍ ପଡିବ ନାହିଁ। ଲୋକେ ୨୪ ବର୍ଷର ସରକାର ଦେଖିଛନ୍ତି, ବିଜେପିର ବର୍ଷକର ସରକାର ଦେଖିଛନ୍ତି। ଗତ ସରକାରରେ ସର୍ବାଧିକ ମହିଳା ନିର୍ଯ୍ୟାତନା ହେଉଥିଲା। ଆମ ସରକାର ସବକା ସାଥ ସବକା ବିକାଶ ନୀତି'ରେ ଚାଲିଛି। ଗରିବ, ଦଳିତ ଓ ମହିଳାଙ୍କ ଆମ ସରକାର ପ୍ରାଥମିକତା ଦେଇଛନ୍ତି। ଅଣ ବିଜେପି ଶାସିତ ରାଜ୍ୟରେ ସର୍ବାଧିକ ଅତ୍ୟାଚାର ଓ ଶୋଷଣ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା