ଭୁବନେଶ୍ୱର, 11 ଜୁଲାଇ (ହି.ସ.)
- ଓଡ଼ିଶାରେ
ବାଂଲାଦେଶୀ ଚିହ୍ନଟ କରିବା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ
ଆଚାର୍ଯ୍ୟ । ବାଂଲାଦେଶୀ ଭାରତକୁ ଅନୁପ୍ରବେଶ କଲେ କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।ଏହା ମାନେ ଆମେ
ସୀମା ସୁରକ୍ଷିତ ନୁହେଁ | ଭାରତ ସରକାର କଣ କରୁଛନ୍ତି ? ଯଦି ଜଣେ ବାଂଲାଦେଶୀ ବେଆଇନ ଭାବରେ ଆମ ସୀମା ଅତିକ୍ରମ କରି ଆସିବା
ଆମ ରାଷ୍ଟ୍ରୀୟ ସୁରକ୍ଷାର ଦୁର୍ବଳତା ବୋଲି ଧରି ନିଆଯିବ | ଯେ କୌଣସି ଦଳ ସରକାରରେ ଥାଉ ନା କାହିଁକି ଦେଶର ସୁରକ୍ଷାକୁ କୌଣସି
ମତେ କମ୍ପ୍ରମାଇଜ କରାଯିବ ନାହିଁ | ଭାରତର ସ୍ୱାର୍ଥକୁ ଏବଂ ସୁରକ୍ଷାକୁ ସୁରକ୍ଷା ଦେବା ଦାୟିତ୍ୱ
ସରକାରଙ୍କର | ଓଡିଶାର ଅନେକ ସ୍ଥାନରେ ବାଂଲାଦେଶୀ ଅଛନ୍ତି ସରକାରଙ୍କ ଦାୟିତ୍ୱ ସେମାନଙ୍କୁ ଚି଼ହ୍ନଟ
କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା