ଖବରର ମହାପ୍ରଭାବ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ, ପ୍ରସୂତିଙ୍କୁ ମିଳିଲା ଉତ୍ତମ ଖାଦ୍ୟ
ପୁରୀ, ୧୧ ଜୁଲାଇ (ହି.ସ.)- ଗତକାଲି ଖବର ପ୍ରକାଶ ପାଇଥିଲା ଯେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଗର୍ଭବତୀ ଓ ପ୍ରସୂତିଙ୍କୁ ଟାଣ ଭାତ ଓ ପାଣିଆ ଡାଲି ମିଳୁଛି | ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ରାଜଧାନୀ ଅଧିକାରୀ ମାନଙ୍କ ଚାପ ପୁରୀ ମେଡିକାଲ ଅଧିକାରୀଙ୍କ ଉପରେ ପଡିଥିଲା | ଆଜି ରୋଗୀ ମାନଙ୍କ
ଆମ ଖବର ର ମହାପ୍ରଭାବ, ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ରେ ଗର୍ଭବତୀ, ପ୍ରସୂତି ଙ୍କୁ ମିଳିଲା ଉତ୍ତମ ଖାଦ୍ୟ


ଆମ ଖବର ର ମହାପ୍ରଭାବ, ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ରେ ଗର୍ଭବତୀ, ପ୍ରସୂତି ଙ୍କୁ ମିଳିଲା ଉତ୍ତମ ଖାଦ୍ୟ


ଆମ ଖବର ର ମହାପ୍ରଭାବ, ଜିଲ୍ଲା ମୁଖ୍ୟ ଚିକିତ୍ସଳୟ ରେ ଗର୍ଭବତୀ, ପ୍ରସୂତି ଙ୍କୁ ମିଳିଲା ଉତ୍ତମ ଖାଦ୍ୟ


ପୁରୀ, ୧୧ ଜୁଲାଇ (ହି.ସ.)- ଗତକାଲି ଖବର ପ୍ରକାଶ ପାଇଥିଲା ଯେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଗର୍ଭବତୀ ଓ ପ୍ରସୂତିଙ୍କୁ ଟାଣ ଭାତ ଓ ପାଣିଆ ଡାଲି ମିଳୁଛି | ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ରାଜଧାନୀ ଅଧିକାରୀ ମାନଙ୍କ ଚାପ ପୁରୀ ମେଡିକାଲ ଅଧିକାରୀଙ୍କ ଉପରେ ପଡିଥିଲା | ଆଜି ରୋଗୀ ମାନଙ୍କୁ କ୍ୱାଲିଟି ଖାଦ୍ୟ ଭାବେ ଭାତ, ବହଳିଆ ଡାଲି, ଅଣ୍ଡାଆଳୁ ତରକାରୀ, ସାଲାଡ଼ ଦିଆଯାଇଥିବା ଦେଖିବାକୁ ମିଳିଥିଲା | ଏକ ଟିମ ଖାଦ୍ୟ ଦେବା ସମୟରେ ପରିଦର୍ଶନ କରିଥିଲା | ଏହି ଖବର ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା | ମୁଖ୍ୟ ଚିକିତ୍ସାଳୟରେ ମହିଳାମାନେ ସନ୍ତାନ ପ୍ରସବ କରିବାକୁ ଆସି ଆଡ଼ମିସନ ହୋଇଥିଲେ | ସେମାନଙ୍କୁ ପେଟପୁରା ଖାଦ୍ୟ ମିଳୁନ ଥିବା ଅଭିଯୋଗ ହୋଇଥିଲା | ଯେଉଁ ଖାଦ୍ୟ ମିଳୁଥିଲା ତାହା ମଧ୍ୟ ପୃଷ୍ଟିକର ନଥିଲା | ସକାଳର ଖାଦ୍ୟରେ ଶୁଖିଲା ଉପମା ଦିଆଯାଉଥିଲା | ରୋଗୀ ମାନେ ଯଦି କହୁଛନ୍ତି ଆମେ ଶୁଖିଲା ଉପମା ଓ ରୁଟି କେମିତି ଖାଇବୁ ତେବେ ତାଙ୍କୁ ଉତ୍ତର ମିଳୁଥିଲା ତରକାରୀ ଫୁଟୁଛି ଦିନ ଦୁଇଟାରେ ମିଳିବ | ମଧ୍ୟାହ୍ନରେ ଯେଉଁ ଖାଦ୍ୟ ମିଳୁଥିଲା ତାହା ନିମ୍ନମାନର ଥିଲା | ସମସ୍ତ ରୋଗୀଙ୍କୁ କ୍ଷୀର, ଅଣ୍ଡା ଏବଂ ଫଳ ମଧ୍ୟ ମିଳୁ ନ ଥିବା ଅଭିଯୋଗ ହେଉଥିଲା | ଆଜି ରୋଗୀ, ପ୍ରସୂତି ଓ ଗର୍ଭବତୀ ମହିଳା ମାନେ ଖୁସି ଥିବା ଦେଖାଯାଇଥିଲା | ଆପ ର କର୍ମୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହେଲା ବୋଲି ରୋଗୀମାନେ କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande