ଭୁବନେଶ୍ୱର, 11 ଜୁଲାଇ (ହି.ସ.)- ଓଡ଼ିଶା
ଡ୍ରାଇଭର୍ ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ । ଡ୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ
ଓହରିବାକୁ ନିବେଦନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏନେଇ ମନ୍ତ୍ରୀ
କହିଛନ୍ତି ଯେ, ଆନ୍ଦୋଳନ କରୁଥିବା ଡ଼୍ରାଇଭର ମହାସଂଘର ସମସ୍ତ ଦାବିକୁ ଡ଼୍ରାଇଭରଙ୍କ ହିତରେ
ଥିବା ସରକାର ଶୁଣି ଓ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇସାରିଥିବା ବେଳେ ପୁଣି ଆନ୍ଦୋଳନର
ଆବଶ୍ୟକତା ନାହିଁ।
ଆସନ୍ତା ୧୧ ତାରିଖରେ ଥିବା
କଂଗ୍ରେସ ରାଲିକୁ ସମର୍ଥନ ଦେଇ ଦିନକ ପାଇଁ ସ୍ଥଗିତ ରଖିବା ଆନ୍ଦୋଳନରେ ରାଜନୀତି ଦେଖାଦେଇଛି। ନିରୀହ,
ସରଳ ଡ଼୍ରାଇଭରଙ୍କୁ ଡ଼୍ରାଇଭର ନେତା ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁ। ଡ଼୍ରାଇଭର
ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରୁଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା