ଗୋ ସୁରକ୍ଷା ପାଇଁ ଟ୍ରଷ୍ଟ ପକ୍ଷରୁ ଗୋଶାଳା ଆରମ୍ଭ ହେଲା : ପ୍ରଶାସନ ର ଅସହଯୋଗ ଯୋଗୁଁ ଅସନ୍ତୋଷ
ସୁବର୍ଣ୍ଣପୁର, 11 ଜୁଲାଇ (ହି.ସ.) ସୁବର୍ଣ୍ଣପୁର ସହର ରେ ବୁଲା ଗାଈ ଗୋରୁ, କୁକୁର ଙ୍କ ପ୍ରାଦୁର୍ଭାବ ରୁ ଲୋକ ଙ୍କୁ ସୁରକ୍ଷା ଦେବାକୁ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ଯନ୍ତ୍ର ପାତି ଗାଡ଼ି ସାହାଯ୍ୟରେ ଗାଈ କୁକୁର ଧରିବାକୁ ପ୍ରାଣୀ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଏ ବିଭାଗ ର ପ୍ରଥମ କର୍ତ୍ତବ୍ୟ
ଗୋ ସୁରକ୍ଷା ପାଇଁ ଟ୍ରଷ୍ଟ ପକ୍ଷରୁ ଗୋଶାଳା ଆରମ୍ଭ ହେଲା : ପ୍ରଶାସନ ର ଅସହଯୋଗ ଯୋଗୁଁ ଅସନ୍ତୋଷ


ଗୋ ସୁରକ୍ଷା ପାଇଁ ଟ୍ରଷ୍ଟ ପକ୍ଷରୁ ଗୋଶାଳା ଆରମ୍ଭ ହେଲା : ପ୍ରଶାସନ ର ଅସହଯୋଗ ଯୋଗୁଁ ଅସନ୍ତୋଷ


ଗୋ ସୁରକ୍ଷା ପାଇଁ ଟ୍ରଷ୍ଟ ପକ୍ଷରୁ ଗୋଶାଳା ଆରମ୍ଭ ହେଲା : ପ୍ରଶାସନ ର ଅସହଯୋଗ ଯୋଗୁଁ ଅସନ୍ତୋଷ


ସୁବର୍ଣ୍ଣପୁର, 11 ଜୁଲାଇ (ହି.ସ.)

ସୁବର୍ଣ୍ଣପୁର ସହର ରେ ବୁଲା ଗାଈ ଗୋରୁ, କୁକୁର ଙ୍କ ପ୍ରାଦୁର୍ଭାବ ରୁ ଲୋକ ଙ୍କୁ ସୁରକ୍ଷା ଦେବାକୁ ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ଯନ୍ତ୍ର ପାତି ଗାଡ଼ି ସାହାଯ୍ୟରେ ଗାଈ କୁକୁର ଧରିବାକୁ ପ୍ରାଣୀ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଏ ବିଭାଗ ର ପ୍ରଥମ କର୍ତ୍ତବ୍ୟ ଅଟେ l କିନ୍ତୁ ସୋନପୁର ସହର ରେ ଏହାର ପୁରା ବ୍ୟତିକ୍ରମ ଦେଖି ବାକୁ ମିଳିଛି l ଯା ଫଳରେ କି ବିଚ୍ ରାସ୍ତାରେ ବୁଲା ଷଣ୍ଢ ଓ କୁକୁର ଙ୍କ ଉତ୍ପାତ ଯୋଗୁଁ ଲୋକେ ଅନେକ ଦୁର୍ଘଟଣା ର ଶିକାର ହୋଇ ଧନ ଜୀବନ ନଷ୍ଟ ହେବା ଅନେକ ନଜିର୍ ମଧ୍ୟ ଅଛି l ପଟାଭାଡ଼ି କୋଲ ପଡ଼ା ଠାରେ ଗତ ମେ ମାସ ରେ ଗୋପାଲ୍ଜୀ ଗୋ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୁଲା ଗାଇ ଗୋରୁ ଙ୍କ ସୁରକ୍ଷା ପାଇଁ ଏକ ଗୋଶାଳା ର ଉଦଘାଟନ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ଏହାକୁ ଉଦଘାଟନ କରି ଗୋ ସୁରକ୍ଷା ଓ ଏହାର ଲାଳନ ପାଳନ ପ୍ରତ୍ୟେକ ନାଗରିକ ଙ୍କ ଦାୟିତ୍ବ କର୍ତ୍ତବ୍ୟ ବୋଲି କହି ଏହାର ଭିତ୍ତି ଭୂମି ଓ ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ର ସମସ୍ତ ସହଯୋଗ ରହିବ ବୋଲି ଦୃଢ଼ ପ୍ରତିଶୁତି ଦେଇ କେୟାର ଟେକର ଚେରି ଟେବୁଲ୍ ଟ୍ରଷ୍ଟ ସଦସ୍ୟ ଙ୍କୁ ଉତ୍ସାହିତ କରିଥିଲେ l ହେଲେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଓ ପ୍ରତିଶୁତି କୁ ପାଳନ କରିବାରେ ସୋନପୁର ପୌର ପରିଷଦ ବେଖାତିର କରିଥିବା ଜଣା ଯାଇଛି l ସାମାନ୍ୟ ଲାଇଟ୍ ସମସ୍ୟା ସମାଧାନ ତ ଦୂର କଥା ଏହି ଗୋଶାଳା କୁ ଯାତାୟତ କରିବାକୁ ରାସ୍ତା ଟିକିଏ ମରାମତି ହୋଇ ପାରିନି l ଲଗାତାର ବର୍ଷା ରେ ଆଣ୍ଠୁଏ ପାଣି ସହ କାଦୁଅ ଯୋଗୁଁ ପ୍ରଶାସନ ପବ୍ଲିକ ତ ଦୂର ର କଥା ଦାୟିତ୍ବ ରେ ଥିବା ଖୋଦ୍ ଏହାର କେୟାର ଟେକର ଓ ସହଯୋଗୀ ମାନେ ମଧ୍ୟ ଯିବା ଆସିବା କଷ୍ଟକର ହୋଇ ପଡ଼ୁଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande