୩ ଆନ୍ତଃରାଜ୍ୟ ଲୁଟେରା ସମେତ ୫ ଗିରଫ
ଚମ୍ପୁଆ , 11 ଜୁଲାଇ (ହି.ସ.) ବଡ଼ବିଲ ପୋଲିସକୁ ମିଳିଛି ବଡ଼ ସଫଳତା। ୩ ଆନ୍ତଃରାଜ୍ୟ ଲୁଟେରା ସମେତ ୫ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ଖବର ଅନୁସାରେ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଥାନା ଅଞ୍ଚଳରେ ସୁନା, ରୁପା ଅଳଙ୍କାର ଲୁଟ ଆଦି ଅନେକ ମାମଲା ନଜରକୁ ଆସୁଥିବା ବେଳେ ଏହା
ଗିରଫ ହୋଇଥିବା ଲୁଟେରା


ଚମ୍ପୁଆ , 11 ଜୁଲାଇ (ହି.ସ.) ବଡ଼ବିଲ ପୋଲିସକୁ ମିଳିଛି ବଡ଼ ସଫଳତା। ୩ ଆନ୍ତଃରାଜ୍ୟ ଲୁଟେରା ସମେତ ୫ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ଖବର ଅନୁସାରେ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଥାନା ଅଞ୍ଚଳରେ ସୁନା, ରୁପା ଅଳଙ୍କାର ଲୁଟ ଆଦି ଅନେକ ମାମଲା ନଜରକୁ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍. ପି. ନୀତିନ କୁସଲକର ଙ୍କ ନିର୍ଦ୍ଦେଶ କ୍ରମେ ବଡ଼ବିଲ ଏସ୍.ଡି.ପି.ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ତେବେ ଏଥିରେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ବଡ଼ବିଲ ପୋଲିସର ଦୁଇଟି ଟିମ ଝାଡ଼ଖଣ୍ଡ ପ୍ରଦେଶର ପୂର୍ବ ସିଂହଭୂମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ। ବଡ଼ବିଲ ପୋଲିସ ଦ୍ୱାରା କରାଯାଇଥିବା ଏହି ଅପରେସନରେ ୩ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରାଯାଇଛି। ଏଥି ସହିତ ସେମାନଙ୍କ ଠାରୁ ଚୋରା ସାମଗ୍ରୀ କିଣୁଥିବା ୨ ଜଣ ଅଳଙ୍କାର ଦୋକାନୀକୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୁମ ଜିଲ୍ଲା ମଝିଗାଁ ଥାନା ଅଞ୍ଚଳର ରାଜେନ୍ଦ୍ର ପିଙ୍ଗୁଆ (୩୨), ଦୀପକ ଗୋପ (୩୦) ଓ ଜଗନ୍ନାଥପୁର ଥାନା ଅଞ୍ଚଳର ସରୋଜ କେଶରୀ (୩୨)। ରାଜେନ୍ଦ୍ର ନାମରେ ଯୋଡ଼ା, ବଡ଼ବିଲ, ଚମ୍ପୁଆ ଓ ଝାଡ଼ଖଣ୍ଡର ହାଟଗହ୍ମାରିଆ ଥାନାରେ ୧୦ଟି ମାମଲା, ସରୋଜ ନାମରେ ଯୋଡ଼ା ଓ ବଡ଼ବିଲ ଥାନାରେ ୮ ଟି ମାମଲା ଓ ଦୀପକ ନାମରେ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣାପଡିଛି। ଏମାନଙ୍କ ଠାରୁ ଚୋରାରେ ସୁନା ରୁପା ଅଳଙ୍କାର କିଣୁଥିବା ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମି ବାଗବେଡା ଥାନା ଅଞ୍ଚଳର ଶିବ ପ୍ରକାଶ ପ୍ରସାଦ ଓ ରାଜେନ୍ଦ୍ର ପ୍ରସାଦ। ଏମାନଙ୍କ ଠାରୁ ୩ କି.ଗ୍ରା ୬୮୧ ଗ୍ରାମ ଓଜନର ରୁପା ଗହଣା, ୨୯ ଗ୍ରାମ ୨୭ ମିଲିଗ୍ରାମ ଓଜନର ସୁନା ଗହଣା ଓ ଏକ ଚୋରା ବାଇକ (ଜେ.ଏଚ୍. ୦୫. ବି.ଏନ୍. ୯୨୬୬)ଜବଦ ହୋଇଥିବା ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande