ସାମ୍ଭବ୍ୟ ବ୍ରାହ୍ମଣୀ ନଦୀରେ ବନ୍ୟା : ନଦୀ ବନ୍ଧ ସୁଦୃଢିକରଣରେ ବ୍ୟାପକ ଅନିୟମିତା ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଗ୍ରାମବାସୀ
ଧର୍ମଶାଳା,୧୧ଜୁଲାଇ(ହି.ସ.) - ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଏବେ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଯାଜପୁର ଜିଲା ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍
ସାମ୍ଭବ୍ୟ ବ୍ରାହ୍ମଣୀ ନଦୀରେ ବନ୍ୟା :  ନଦୀ ବନ୍ଧ ସୁଦୃଢିକରଣରେ ବ୍ୟାପକ ଅନିୟମିତା


ଧର୍ମଶାଳା,୧୧ଜୁଲାଇ(ହି.ସ.) - ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଏବେ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଯାଜପୁର ଜିଲା ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହି ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଉଭୟ ନଦୀ କୂଳରେ ବସବାସ କରୁଥିବା ନଦୀ କୂଳିଆ ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି । ଯାଜପୁର ଜିଲା ଜାରକା ଜଳ ସମ୍ପଦ ବିଭାଗ ବରୀ ଉପଖଣ୍ଡ ଅଧିନରେ ଥିବା ବ୍ରହ୍ମବରଦା-ରୁଦ୍ରପୁର ବ୍ରାହ୍ମଣୀ ନଦୀର ଡାହାଣ ପାଶ୍ୱର୍ ବନ୍ଧ ଏବେ ଦୃବଳ ହେବାରେ ଲାଗିଛି । ନଦୀ ବନ୍ଧ ସୁଦୃଢିକରଣ ବଦଳରେ ର ମ ଠରେ ନିମ୍ନମାନ କାର୍ଯ୍ୟ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହାକି ଏହି ନଦୀ ବନ୍ଧର ସ୍ଥାୟିତ୍ୱକୁ ନେଇ ଏକ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲାପ୍ରଶାସନ ଓ ବିଭାଗୀୟ ଅଧିକାରୀ ତୁରନ୍ତ ତଦାରଖ ନ କଲେ ଆଗକୁ ଜନ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ନିକଟ ଭବିଷ୍ୟତରେ ରସୁଲପୁର ବ୍ଲକ ବ୍ରହ୍ମବରଦା ନିକଟସ୍ଥ ଆଜାଦ ନଗର ନିକଟରେ ୪୦ଫୁଟ୍ ଲମ୍ବର ଘାଇ ସୃଷ୍ଟି ହୋଇଥିଲା । ଫଳରେ ଅନେକ ଅଂଚଳ ଜଳମଗ୍ନ ହେବା ସହିତ ଅନେକ ଧନଜୀବନ ଯାଇଥିବା ନଜିର ରହିଥିବା ବେଳେ ଅନେକ ଚାଷ ଜମି ବାଲିଚର ହୋଇ ପଡିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଆଗକୁ କିପରି ନଦୀ ବନ୍ଧ ସଦୃଢିକରଣ ହୋଇପାରିବ ଏନେଇ ଜିଲା ପ୍ରଶାସନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଏହି ନଦୀ ବନ୍ଧ ମରାମତି ଓ ସୁଦୃଢିକରଣ ପାଇଁ ୨୦୨୦-୨୧ ୧୫ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକ କରାଯାଇଥିଲା । କାମ ସମୟରେ ଠିକାଦାର ନିଜ ଇଚ୍ଛା ମୁତବାକ କାମ କରି ଚାଲି ଯାଇଥିଲା । ପରେ ଏହି ନଦୀ ବନ୍ଧ ତଥା ପୂର୍ବଂ ତଥା ପରଂ ସଦୃଶ ହୋଇଛି । ଏବେ ଏହି ନଦୀ ବନ୍ଧକୁ ମରାମତି ପାଇଁ ଜାରକା ଜଳସେଚନ ବିଭାଜନ ପକ୍ଷରୁ ବ୍ରାହ୍ମଣୀ ନଦୀ ଦକ୍ଷିଣ ପାଶ୍ୱର୍ ତାରିଣୀ ଛକ ନିକଟ ସେରପୁର ସାହାପଡା ନଦୀ ବନ୍ଧ ସୁରକ୍ଷା ନିମନ୍ତେ ଟେଣ୍ଡର କରାଯାଇଥିଲା । ଚୁକ୍ତି ସଂଖ୍ୟା ୧୯ପି୧/୨୫-୨୬ରେ ଚୁକ୍ତି ନାମା ପରିମାଣ ପାଖାପାଖି ଏକ କୋଟି ୮୦ ଲକ୍ଷ ଟଙ୍କ ବ୍ୟୟ ଅଟକଳ କରାଯାଇଥିଲା । ନଦୀ ବନ୍ଧର ଚଉଡା ସାଢେ ୬ ମିଟର ଓ ନଦୀ ବନ୍ଧ ପିଚୁ ୩.୬୦/୨୦୦୦ ମିଟିର ରହିଥିବା ଏହି କାର୍ଯ୍ୟ ଆରମ୍ଭ ୧୬ା୫ା୨୦୨୫ରେ ହୋଇ ୧୫ା୧୧ା୨୦୨୫ରେ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଧେଶ ରହିଛି । ତେବେ ଠିକାଦାର ନଦୀ ବନ୍ଧରେ ମାଟି ବଦଳରେ ବଦଳରେ ନଦୀ ବାଲି ପକାଇବା ସହ ବନ୍ଧ ଉପରିଭାଗକୁ କାଟି ଦେଇଥିବା ଜଣାପଡିଛି । ଏପରିକି କାର୍ଯ୍ୟ ସ୍ଥାନରେ ସରକାରୀ ନିୟମ ଅନୁଯାୟୀ ସୂଚନା ଫଳକ ଲଗାଯାଇ ନାହିଁ । ନଦ ବନ୍ଧ ଉପରେ ମାତ୍ର ୧ଇଂଚର ଡ୍ରଷ୍ଟ ପକା ଯାଇ କାମ କରାଯାଉଥିବା ବେଳେ ଗ୍ରାମବାସୀ ଆଜି ଏହାକୁ ଦେଖି ଘୋର ବିରୋଧ କରିଛନ୍ତି । ବିନା ସରକାରୀ ନିୟମରେ ଓ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିଥିବା ମଧ୍ୟ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଏହି ନଦୀ ବନ୍ଧର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ନିକଟରେ ଜିଲାପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବା ସହ ଯଦି ସରକାରୀ ନିୟମ ଅନୁଯାୟୀ କାମ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande