ଆଂଚଳିକ କ୍ରୀଡାରେ କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା
କେନ୍ଦ୍ରାପଡ଼ା, ୧୪ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ବାରିମୁଳ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ସମ୍ଭାଗର ଆଂଚଳିକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ବିଭିନ୍ନ ଖେଳରେ ସଫଳତା ଆଣିଛନ୍ତି । ରାଉଳକେଲା ବର୍ସାମୁଣ୍ଡା ଷ୍ଟାଡିୟମରେ ଜୁଲାଇ ୮ତାରିଖରୁ ୧୦ତାରିଖ ମଧ୍ୟରେ ୫୪
ଆଂଚଳିକ କ୍ରୀଡାରେ କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା


କେନ୍ଦ୍ରାପଡ଼ା, ୧୪ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ବାରିମୁଳ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ସମ୍ଭାଗର ଆଂଚଳିକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ବିଭିନ୍ନ ଖେଳରେ ସଫଳତା ଆଣିଛନ୍ତି । ରାଉଳକେଲା ବର୍ସାମୁଣ୍ଡା ଷ୍ଟାଡିୟମରେ ଜୁଲାଇ ୮ତାରିଖରୁ ୧୦ତାରିଖ ମଧ୍ୟରେ ୫୪ତମ ଆଞ୍ଚଳିକ କ୍ରୀଡା ଅନୁଷ୍ଠିତ ହୋଯାଇଛି । ଭୁବନେଶ୍ୱର ସମ୍ଭାଗର ଆଞ୍ଚଳିକ କ୍ଷେତ୍ରରେ ପ୍ରାୟ ୪୧ଟି ଦଳ ଭାଗନେଇଥିଲେ । ଏହି କ୍ରିଡାରେ କେନ୍ଦ୍ରାପଡା ପିଏମଶ୍ରୀ କେନ୍ଦ୍ରାୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରିଡାରେ ସଫଳତା ହାସଲ କରି ୩ଟି ମେଡାଲ ଆଣି ଗୌରବ ଅର୍ଜନ କରିଛନ୍ତି । କେନ୍ଦ୍ରାପଡା ପିଏମଶ୍ରୀ ବିଦ୍ୟାଳୟର ୧୭ବର୍ଷ ବାଳିକା ବିଭାଗ ମଧ୍ୟରେ ଅନୁଷ୍ଠିତ ଖେଳରେ ୪୦୦ମିଟର ଦୌଡରେ ଶୁଭଲକ୍ଷ୍ମୀ ଧଳ ବ୍ରୋଞ୍ଜ ପଦକ, ୧୯ବର୍ଷ ମଧ୍ୟରେ ବାଳିକା ବିଭାଗର ସଟଫୁଟରେ ଅଭିଲିସ୍ପା ରାମ ସ୍ୱର୍ଣ୍ଣ ପଦକ ଓ ଡିସ୍‌କସ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ ସମସ୍ତ ସଫଳତା ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ସ୍କୁଲର ଅଧ୍ୟକ୍ଷ ଶଶୀ କୌଶଲ କୃତଜ୍ଞତା ଜ୍ଞାପନ କରିଥିଲଲେ । ଏହି ସଫଳତାକୁ ନେଇ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଖୁସିରେ ଲହରୀ ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande