ଖୋର୍ଦ୍ଧା,୧୪ ଜୁଲାଇ (ହି.ସ.) - ସୋମବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ବିକ୍ରମ ନଗର, ତରତୁଆସ୍ଥିତ ଭାରତ ତିଦ୍ଦତ ସୀମା ପୋଲିସ,୪୧ ବାଟାଲିୟନ ପରିସରରେ ବହୁ ଉପେକ୍ଷିତ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସ ଉଦ୍ଘାଟନ କରି ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ପରିସରରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରି ନିଜ ଅଭିଭାଷଣରେ ଶିକ୍ଷାମନ୍ତ୍ରୀ କହିଲେ ଯେ ଓଡ଼ିଶାରେ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ଭାବେ ଖୋଲା ହେଲା । ଓଡ଼ିଶାରେ ସମୁଦାୟ ୭୫ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ଅଛି । କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟାଳୟକୁ ସବୁ ଉପଖଣ୍ଡରେ ଖୋଲାଯାଇ କେନ୍ଦ୍ର ସରକାରଙ୍କ ୨୦୨୦ଶିକ୍ଷା ନୀତିକୁ ବିସ୍ତାର କରି ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରାଜିବ ବୋଲି ପ୍ରେଚେଷ୍ଟା ଜାରି ରହିଛି । ସେ କହିଥିଲେ ୧୮୩୫ ମସିହାରେ ଭାରତର ଶିକ୍ଷା ବ୍ୟବସ୍ଥାକୁ ମ୍ୟାକ ଲିୟନ୍ ଭଳି ବ୍ରିଟିଶ ଶାସକ ମାନେ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ । କେନ୍ଦ୍ର ସରକାରଙ୍କ ୨୦୨୦ଶିକ୍ଷାନୀତି ଶିକ୍ଷାର ବିକାଶ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିଛି କ୍ଷ ଖୋର୍ଦ୍ଧାର ଇତିହାସ ଅନେକ ସୁଦୂର ପ୍ରସାରିକ୍ଷ ଶିକ୍ଷା ପ୍ରାରମ୍ଭିକ ବର୍ଷ ୧ରୁ୫ ପର୍ଯ୍ୟନ୍ତ ଆଂଚଳିକ ମାତୃଭାଷାରେ ହେବା ଦରକାର । ପରେ ହିନ୍ଦୀ, ଇଂରାଜୀ, ଶିକ୍ଷା ଗ୍ରହଣ କରିବା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ଦୃତ ବିକାଶ ଘଟିଥାଏ । ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ଶିକ୍ଷା, ଉଦ୍ୟୋମିତା ଶିକ୍ଷା,ପି ଏମ ଶ୍ରୀ ସ୍କୁଲ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ବିକଶିତ ଓଡ଼ିଶା ୨୦୩୬ ଭିଜନ କୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି ଓଡ଼ିଶାରେ କାର୍ଯ୍ୟାନ୍ୱୟନ କରିବାରେ ଅଛି । ଆଇ ଟି ବି ପି କ୍ୟାମ୍ପସରେ ଆଜି ଯେଉଁ ୫ଏକର ଜମିରେ ୩୦କୋଟି ବ୍ୟୟ ଅଟକଳରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶିଳାନ୍ୟାସ କଲେ ତାହା ଆଇ ଟି ବି ପି ପିଲାମାନଙ୍କୁ ଏବଂ ଖୋର୍ଦ୍ଧା ର ତରତୁଆ ଅଂଚଳର ଓ ସହରର ସମସ୍ତ ପିଲାମାନଙ୍କୁ ଏଠାରେ ଆଧୁନିକ କୌଶଳରେ ପାଠ ପଢିବା ନିମନ୍ତେ ପିଲାମାନେ ଭରପୁର ସୁଯୋଗ ପାଇବେ । ଶିକ୍ଷା ଦାନ ମହତ ଦାନ ଅଟେ, ରାଜନୀତିର ଆଧାର ବିକାଶ ଅଟେ । ବର୍ତମାନ ଓଡ଼ିଶାକୁ ସମଗ୍ର ଦେଶରେ ଶୀର୍ଷରେ ପହଂଚାଇବା ପାଇଁ ରାଜଧାନୀ ଅଂଚଳରେ ୧୧୧ କିମି ରିଙ୍ଗରୋଡ ୬୦୦୦କୋଟି ବ୍ୟୟ ଅଟକଳରେ ପ୍ରସ୍ତୁତ ହେଉଅଛି କ୍ଷ ସେହିପରି ଖୋର୍ଦ୍ଧା ବାଇପାସ୍ ରୋଡ ୧୫୭କୋଟି ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲୁଅଛି ଯାହା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନର ଦୃତ ବିକାଶ ପାଇଁ ମାଇଲ ଷ୍ଟୋନ ସଦୃଶ ଅଟେ ବୋଲି ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ, ଖୋର୍ଦ୍ଧା, ପ୍ରଶାନ୍ତ କୁମାର ଜଗଦେବ କହିଲେ ଯେ ଖୋର୍ଦ୍ଧା ଜିଲ୍ଲାଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଜିଲ୍ଲା ସଦର ମହକୁମାରେ କେନ୍ଦ୍ରୀୟ ବିଦ୍ୟାଳୟ ହେବା ବୁଦ୍ଧିଜୀବୀ ମାନଙ୍କର ଆଶା ଥିଲା । ଆଜି ଆଇ ଟି ବି ପି , କ୍ୟାମ୍ପସରେ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଶିଳାନ୍ୟାସ ଓ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍ଘାଟନ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଏକ ଆକୃଷ୍ଟ ଓ ଆଦର୍ଶ ଶୈଖିକ କ୍ଷେତ୍ର ରେ ସୃଷ୍ଟି କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତରେ ଖୋର୍ଦ୍ଧା ଜିଲ୍ଲା ଏକ ମୁଖ୍ୟ ଅଙ୍ଗ ହୋଇ ଛିଡା ହେବ ଏହା ନିଶ୍ଚିତ ଭାବେ କୁହାଯାଇପାରେ । ସେ ଆହୁରି ମଧ୍ୟ କହିଥିଲେ ଯେ ୨୦୨୦କେନ୍ଦ୍ରୀୟ ଶିକ୍ଷା ନୀତି ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭ କରି ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ସରକାର ଙ୍କ ଶିକ୍ଷା ନୀତି ମାନବ ସମ୍ବଳକୁ ସୁବିନିଯୋଗ କରିବାସହ ଶକ୍ତିଶାଳୀ କରିବା ପାଇଁ ଶିକ୍ଷା ବ୍ୟବସ୍ଥାର ସମସ୍ତ ରଣନିତିକୁ ସୁଦୃଢ କରାଯାଉଛି ଯାହା ଜୀବନକୁ ଆନନ୍ଦ, ସରସ ସୁନ୍ଦର କରି ଏକ ଉତ୍କର୍ଷ ମାନର ଜୀବନ ଶୈଳୀ ସୃଷ୍ଟି କରି ପ୍ରକୃତିକୁ ସୁରକ୍ଷା ଦେବ । ଭାରପ୍ରାପ୍ତ ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କେନ୍ଦ୍ରୀୟ ବିଦ୍ୟାଳୟ ସହରର ଓ ଆଇ ଟି ବି ପି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ ବୋଲି ଉତଥାପନ କରି ଏହାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ । ଶେଷରେ ୪୧ ଆଇ ଟି ବି ପି ବାଟାଲିୟନ କମାଣ୍ଡାଂଟ ନରେନ୍ଦ୍ର ସିଂହ ଧନ୍ୟବାଦ୍ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ଚାରା କୁଣ୍ଡ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆଂଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ମୁଖ୍ୟ ଅତିଥି ପ୍ରଥମେ ଶହୀଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ନୂତନ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସହ ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଶୈକ୍ଷିକ ଆଲୋଚନା କରିଥିଲେ । ପରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଶିଳାନ୍ୟାସ ଭୂମି ପୂଜନରେ , ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ , ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ ଙ୍କ ସହ ଯୋଗଦେଇ ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ସଭାରେ ଆରକ୍ଷୀ ଅଧିକ୍ଷକ ଶାଗରିକା ନାଥ, ଉପାୟୁକ୍ତ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ , ଭୁବନେଶ୍ୱର ଶାଖା, ଡ. ଶିହରଣ ବୋଷ ମଂଚାସୀନ ଥିଲେ କ୍ଷ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା,ବି ଡି ଓ, ଖୋର୍ଦ୍ଧା ଖିରାଦ୍ୱିତନୟା ସାହୁ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ପ୍ରଧାନ ଟୁଲିଆମା, ନିବେଦିତା ପ୍ରଧାନ,ତହସିଲଦାର, ଖୋର୍ଦ୍ଧା, ବିଭାଶ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଅଧିକ୍ଷଣ ଯନ୍ତ୍ରୀ ଶିବଲାଲ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ,ଆଇ ଟି ବି ପି ଜନ ସମ୍ପର୍କ ଅଧିକାରୀ ଅଚ୍ୟୁତାନନ୍ଦ ବଳ, ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜୱାନା କାକୱାବ,ବରିଷ୍ଠ ରାଜନୈତିକ ନେତ୍ରୁ ମଣ୍ଡଳୀ ଜିଲ୍ଲା ଭାଜପା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, କର୍ମକର୍ତା ଦିଲ୍ଲୀପ କୁମାର ହୋତା, ବିଭିନ୍ନ ପଂଚାୟତ ଓ ପୌର ପରିଷଦ ଜନ ପ୍ରତିନିଧି,ଆଇ ଟି ବି ପି ଅଭିଭାବକ, ଛାତ୍ରଛାତ୍ରୀ,ସହରର ବୁଦ୍ଧିଜୀବୀ,ଜନସାଧାରଣ,ଆଈ ଟି ବି ପି ଷ୍ଟାଫ୍, ପୋଲିସ ଅଧିକାରୀ ଓ କର୍ମଚାରୀ, ପାନୀୟଜଳ, ସ୍ୱାସ୍ଥ୍ୟ, ଅଗ୍ନିଶମସେବା,ଗଣ ମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ରାକେଶ