ବୃକ୍ଷରୋପଣ ଓ ପରିବେଶ ସଚେତନ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୧୪ ଜୁଲାଇ(ହି.ସ.) – ଦିନକୁ ଦିନ ବିଗୁଡୁଥିବା ପରିବେଶରେ ପ୍ରକୃତି ତାର ଭାରସ୍ୟାମ ହରାଇବା ସହ ଅସମୟ ରେ ପ୍ରାକୃତିକ ବିପର୍ଯ୍ୟୟ ସହ ଋତୁଚକ୍ରରେ ପରିବର୍ତନ ଦେଖାଦେଲାଣି। ଆଗାମୀ ପିଢ଼ି ଏକ ସବୁଜ ସୁନ୍ଦର ପୃଥିବୀ ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଜନଜୀବନକୁ ସୁରକ୍ଷିତ ରଖିହେବ ସେ
ବୃକ୍ଷରୋପଣ ଓ ପରିବେଶ ସଚେତନ କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ୧୪ ଜୁଲାଇ(ହି.ସ.) – ଦିନକୁ ଦିନ ବିଗୁଡୁଥିବା ପରିବେଶରେ ପ୍ରକୃତି ତାର ଭାରସ୍ୟାମ ହରାଇବା ସହ ଅସମୟ ରେ ପ୍ରାକୃତିକ ବିପର୍ଯ୍ୟୟ ସହ ଋତୁଚକ୍ରରେ ପରିବର୍ତନ ଦେଖାଦେଲାଣି। ଆଗାମୀ ପିଢ଼ି ଏକ ସବୁଜ ସୁନ୍ଦର ପୃଥିବୀ ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଜନଜୀବନକୁ ସୁରକ୍ଷିତ ରଖିହେବ ସେଥିପାଇଁ ସାରାବିଶ୍ୱ ବର୍ତମାନ ପରିବେଶ ସୁରକ୍ଷା ଚିନ୍ତାରେ। ଏହାକୁ ସାକାର କରିବା ପାଇଁ କେନ୍ଦ୍ରାପଡ଼ା ଶିବାୟ ଟିଉଟୋରିଅଲର ଛାତ୍ରଛାତ୍ରୀଙ୍କ ଉଦ୍ୟମରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ ବେଲ ମଙ୍ଗଳା ରୋଡ଼ରେ ୨୦ ରୁ ଊର୍ଧ୍ୱ ବଉଳ, କଦମ୍ବ,ପଣସ, ନିମ, କୃଷ୍ଣଚୁଡା ପ୍ରଭୁତି ଚାରାରୋପଣ ସହ ଶତାଧିକ ଚାରା ବଣ୍ଟନ କରାଯାଇଛି। ଏହାକୁ ଟିଉଟୋରିଅଲର ମୁଖ୍ୟ ରଜନୀକାନ୍ତ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ମମତା ଡିପିସି ମନୋରଞ୍ଜନ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ମମତା ପିଏ ପ୍ରମୋଦ ସିଂ,ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ସମାଜସେବୀ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande