ବଲାଙ୍ଗିର, ୧୪ ଜୁଲାଇ (ହି.ସ.)- ରୋଟାରୀ କ୍ଲବ ଅଫ ବାଲାଙ୍ଗୀର ସେଣ୍ଟ୍ରାଲର ପ୍ରତିଷ୍ଠା ଦିବସ ସ୍ଥାନୀୟ ହୋଟେଲ ତାରା ଦରବାରରେ ମହା ସମାରହରେ ଗତକାଲି ପାଳନ କରାଯାଇଥିଲା | ୨୨ ଫେବୃଆରୀ ୨୦୦୯ରେ ବାଲାଙ୍ଗୀରରେ ଆରମ୍ଭ ହୋଇ ଥିବା ଏହି କ୍ଲବରେ ବହୁ ସଂଖ୍ୟକ ପୁରୁଷ ଏବଂ ମହିଳା ସଦସ୍ୟ ଅଛନ୍ତି | ରୋଟାରୀ ଥିମ୍ ଉପରେ କାର୍ଯ୍ୟ କରି ଏହି କ୍ଲବ୍ ସାମାଜିକ ସେବାରେ ଏବେ ଅଗ୍ରଣୀ ଭାବରେ ଠିଆ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ବାଲାଙ୍ଗୀର କ୍ଲବ ଆରମ୍ଭ ହେବାର ୧୭ବର୍ଷ ପୂରଣ ହେବାପରେ ରୋଟାରୀ କ୍ଲବ ସଭାପତି ରାଜ ନାରାୟଣ ଅଗ୍ରୱାଲ, ସଚିବ ରୋଟାରିଆନ ସେଲେଶ ଅଗ୍ରୱାଲ, ପୂର୍ବସଭାପତି ରାଜ ନାରାୟଣ ଅଗ୍ରୱାଲ ଏହି ଦାୟିତ୍ୱ ନୂତନ ସଭାପତି ସେଲେଶ ଅଗ୍ରୱାଲଙ୍କୁ ଦେଇଛନ୍ତି। ପୂର୍ବତନ ସଚିବ ସେଲେଶ ଅଗ୍ରୱାଲ ଏହି ଦାୟିତ୍ୱ ନୂତନ ସଚିବ ଅନୁପ ଅଗ୍ରୱାଲଙ୍କୁ ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଡି ଜି ଇ ରୋଟାରିଆନ୍ ଆଲାମ ସିଂ ରୂପ୍ରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ l ବଲାଙ୍ଗୀର ରୋଟାରୀ ସେଣ୍ଟ୍ରାଲ ପ୍ରତିଷ୍ଠାତା ବିଷ୍ଣୁ ପ୍ରସାଦ କେଡିଆ , ଅନୁପ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ସମାଜର ବିଭିନ୍ନ ବର୍ଗର ଲୋକ ଏବଂ ସାମ୍ବାଦିକମାନଙ୍କୁ ସ୍ୱାଗତ କରାଯାଇ ଥିଲା। ମଞ୍ଚ ପରିଚାଳନା ଏବଂ ସ୍ୱାଗତ ଭାଷଣ ରୋଟା ଅନନ୍ତ ଚୌଧୁରୀ ପ୍ରଦାନ କରିଥିଲେ ।
ମୁଖ୍ୟ ବକ୍ତା ବିଷ୍ଣୁ ପ୍ରସାଦ କେଡିଆ ତାଙ୍କ ଭାଷଣ ଏବଂ ପରିଚୟ ସହିତ ସମସ୍ତଙ୍କୁ ପରିଚିତ କରିଥିଲେ । ଏହି କାର୍ଯ୍ୟକ୍ରରେ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ସମସ୍ତ ପୂର୍ବତନ ସଭପତିଙ୍କୁ ସମ୍ମାନିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ