କେନ୍ଦୁଝର, 14 ଜୁଲାଇ (ହି.ସ.)
ଆସନ୍ତା ୧୬ ତାରିଖରୁ କେନ୍ଦୁଝର ଜିଲ୍ଲାରେ ହେବ ପ୍ରତିଷ୍ଠିତ ସାହାଣୀ କପ୍ ଜୋନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ। ସ୍ଥାନୀୟ ଷ୍ଟାଡିୟମ୍ ଠାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଗୁଡିକରେ ୮ ଟି ଦଳ ସାମିଲ ହେବେ। ଏନେଇ ସ୍ଥାନୀୟ କେସିସି ବ୍ୟାଙ୍କ ସଭାଗୃହ ଠାରେ ହେଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ଜନାର୍ଦ୍ଦନ ଦାସ। ଏହି ଟୁର୍ଣ୍ଣାମେଣ୍ଟ ୧୬ ତାରିଖ ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଗୋଟିଏ ମହିଳା ଟିମ୍ ର ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ ବୋଲି ପ୍ରକାଶ କରିଥିଲେ। ଏହା ସହ କେନ୍ଦୁଝର ଜିଲ୍ଲାରେ ଦୁଇଟି ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA