ମା ମହାଲକ୍ଷ୍ମୀ ପୀଠରେ ସନ୍ଥ ପୂଜନ ଉତ୍ସବ
କୋରେଇ, ୧୪ ଜୁଲାଇ (ହି.ସ.)- ପାଣିକୋଇଲି ଅଳତିରିସ୍ଥିତ ମା ମହାଲକ୍ଷ୍ମୀ ପୀଠରେ ଶ୍ରାବଣମାସର ପ୍ରଥମ ସୋମବାର ଅବସରରେ ଏକ ସନ୍ଥ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କର୍ତା ଦେବଦତ ରାୟ ଓ ଗାୟତ୍ରୀ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାବା ଉଦୟନାଥ ପର୍ବତ, ଆନନ୍ଦ ରାଜ, ହରିଓଁ ବାବା, ବଂଶୀ ବାବା, କାହ୍
ମା ମହାଲକ୍ଷ୍ମୀ ପୀଠରେ ସନ୍ଥ ପୂଜନ ଉତ୍ସବ


କୋରେଇ, ୧୪ ଜୁଲାଇ (ହି.ସ.)- ପାଣିକୋଇଲି ଅଳତିରିସ୍ଥିତ ମା ମହାଲକ୍ଷ୍ମୀ ପୀଠରେ ଶ୍ରାବଣମାସର ପ୍ରଥମ ସୋମବାର ଅବସରରେ ଏକ ସନ୍ଥ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କର୍ତା ଦେବଦତ ରାୟ ଓ ଗାୟତ୍ରୀ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାବା ଉଦୟନାଥ ପର୍ବତ, ଆନନ୍ଦ ରାଜ, ହରିଓଁ ବାବା, ବଂଶୀ ବାବା, କାହ୍ନା ବାବା, ବ୍ରଜବାବା, ନାଗାଛଡା ବାବା, ଜିତୁ ଦାସଙ୍କ ନେତୃତ୍ୱରେ ୨୫ମୂର୍ତି ସାଧୁସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ପ୍ରତ୍ୟେକ ସାଧୁସନ୍ଥଙ୍କୁ ଖଣ୍ଡୁଆପାଟଦେଇ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ପାଣିକୋଇଲି ଅଂଚଳର ସମସ୍ତ କାର୍ଯ୍ୟରତ ସମ୍ବାଦିକ ମାନଙ୍କୁ ଖଣ୍ଡୁଆପାଟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଇତ୍ୟବସରେ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ ମଧ୍ୟ କରାଯାଇଥିଲା । ଆଗାମୀ ଦିନରେ କିପରି ମାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ସେ ନେଇ ସମସ୍ତଙ୍କ ମତାମତ ସହ ଆଲୋଚନା କରାଯାଇଥିଲା । ଏହି ଅବସରରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା । ସାଧୁସନ୍ଥ ଭିକ୍ଷା ଗ୍ରହଣ କରିବା ପରିବର୍ତେ ସେମାନେ ମନ୍ଦିର ନିର୍ମାଣ ପାଇଁ ନିଜର ସମର୍ଥ ଅନୁଯାୟୀ ଭିକ୍ଷା ପ୍ରଦାନ କରିଥିଲେ । କର୍ତା ଓ କର୍ତି ମଙ୍ଗଳବାର ଠାରୁ ମନ୍ଦିର ନିର୍ମାଣ ନିମନ୍ତେ ଭିକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଅଳତିରି ରାଧାରମଣ ଜୀଉ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande