ଏଫ୍‌ଏମ୍ ଛାତ୍ରୀ ଘଟଣା ପାଇଁ ନ୍ୟାୟ ଦାବିରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଗେଟ୍ ସାମ୍ନାରେ ବିକ୍ଷୋଭ କଲେ ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ
ବଲାଙ୍ଗୀର, ୧୪ ଜୁଲାଇ(ହି.ସ.) – ଏଫଏମ୍ କଲେଜ, ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ବଲାଙ୍ଗୀର ଗେଟ୍ ସାମ୍ନାରେ ଦୃଢ ଭାବରେ ବିକ୍ଷୋଭ ପ୍ରଦର୍ଶନ କଲା ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ)। ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ଏନ
ଏଫଏମ୍ ଛାତ୍ରୀ ଘଟଣା ପାଇଁ ନ୍ୟାୟ ଦାବିରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଗେଟ୍ ସାମ୍ନାରେ ବିକ୍ଷୋଭ କଲେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେ


ଏଫଏମ୍ ଛାତ୍ରୀ ଘଟଣା ପାଇଁ ନ୍ୟାୟ ଦାବିରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଗେଟ୍ ସାମ୍ନାରେ ବିକ୍ଷୋଭ କଲେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ


ବଲାଙ୍ଗୀର, ୧୪ ଜୁଲାଇ(ହି.ସ.) – ଏଫଏମ୍ କଲେଜ, ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ବଲାଙ୍ଗୀର ଗେଟ୍ ସାମ୍ନାରେ ଦୃଢ ଭାବରେ ବିକ୍ଷୋଭ ପ୍ରଦର୍ଶନ କଲା ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ)। ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ଏନ୍‌ଏସ୍‌ୟୁଆଇ ବଲାଙ୍ଗିର ଜିଲ୍ଲା ସଭାପତି ଚିନ୍ମୟ ବେହେରା। ବିକ୍ଷୋଭକାରୀମାନେ ପୋଷ୍ଟର ଧରି ଏବଂ ନାରା ଦେଇ ଶାସନ ଓ ଶିକ୍ଷା ବ୍ୟବସ୍ଥାର ଅବହେଳା ବିରୋଧରେ ବିଜେପି ସରକାରକୁ ଭର୍ସନା କରିଥିଲେ। ସେମାନେ ଦାବି କରିଥିଲେ ଯେ ଅଭିଯୁକ୍ତ ଅଧ୍ୟାପକ, କଲେଜ ପ୍ରିନ୍ସିପାଲ ଓ ଦାୟୀ ଅଧିକାରୀଙ୍କୁ କଠୋର ଦଣ୍ଡ ଦିଆଯାଉ। ଏତଦ୍‌ଭିନ୍ନ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କର ପୋଷ୍ଟର ଦାହ କରାଯିବା ସହ ସେମାନଙ୍କର ଇସ୍ତାଫା ଦାବି କରାଯାଇଥିଲା। ମିଡିଆ ସହ କଥା ହେଉଥିବା ବେଳେ ଚିନ୍ମୟ ବେହେରା କହିଛନ୍ତି ଏହା କେବଳ ଗୋଟିଏ ଛାତ୍ରୀଙ୍କ କଥା ନୁହେଁ, ଏହା ଏକ ଏମିତି ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ଯାହା ଛାତ୍ରୀମାନଙ୍କ ସୁରକ୍ଷା ଦେବା ଅସମର୍ଥ। ଆମେ ଚାହୁଁଛୁ ଯେ ଶିଘ୍ର ଓ କଠୋର କାର୍ଯ୍ୟାନୁଷ୍ଠାନ ହେଉ ଓ ଆଗାମୀ ରେ ଏମିତି ଘଟଣା ପୁନର୍ବାର ଯେପରି ନହୁଏ ସେଥିପ୍ରତି ସରକାର ବିଶେଷ ଯତ୍ନବାନ ହେବେ। ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ର ଅନେକ ଛାତ୍ର ଭାଗ ନେଇଥିଲେ। ଏନ୍‌ଏସ୍‌ୟୁଆଇ ନେତୃତ୍ୱ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ଯେ ଯଦି ଶିଘ୍ର ଯଥାଯୋଗ୍ୟ କାର୍ଯ୍ୟାନୁଷ୍ଠାନ ନ ହେବ ତେବେ ସେମାନେ ରାଜ୍ୟସ୍ତରରେ ଆନ୍ଦୋଳନ ତୀବ୍ର ହେବ। ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁ, ବଲାଙ୍ଗିର ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ସଭାପତି ନାସୀର ଖାନ, ନିତିଶ ପ୍ରଧାନ, ଭ୍ୟୋମେସ ସେଠ ଅନେକ ଛାତ୍ର କଂଗ୍ରେସ କର୍ମକର୍ତା ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande