ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସ୍ମାତକତୋର ବିଭାଗ ପରୀକ୍ଷାଫଳ ପ୍ରକାଶିତ
ଜୟପୁର, ୧୪ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସ୍ମାତକତୋର ବିଭାଗର ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଚଳିତବର୍ଷ ବିଶ୍ୱବିଦ୍ୟାଳୟର ଭଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ଅନିଷା ଚୌହାନ ବିଶ୍ୱବିଦ୍ୟାଳୟ ଟପର ହୋଇଛନ୍ତି । ସେ ସମୁଦାୟ ୯୪.୦୫ ପ୍ରତିଶତ ନମ୍ବର ରଖିଛ
ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସ୍ମାତକତୋର ବିଭାଗ ପରୀକ୍ଷାଫଳ ପ୍ରକାଶିତ


ଜୟପୁର, ୧୪ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସ୍ମାତକତୋର ବିଭାଗର ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଚଳିତବର୍ଷ ବିଶ୍ୱବିଦ୍ୟାଳୟର ଭଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ଅନିଷା ଚୌହାନ ବିଶ୍ୱବିଦ୍ୟାଳୟ ଟପର ହୋଇଛନ୍ତି । ସେ ସମୁଦାୟ ୯୪.୦୫ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ରସାୟନିକ ବିଭାଗରେ ଆଦିତି ଗୁପ୍ତା ୮୯.୭୭ ପ୍ରତିଶତ, କମ୍ପ୍ୟୁଟର ସାଇନ୍ସ ରେ ରାୟଗଡା ସିଟି କଲେଜ ଅଫ ମ୍ୟାନେଜମେଂଟର ଛାତ୍ର କାହ୍ନୁ ଦଳେଇ୮୯.୧୧ ପ୍ରତିଶତ ନମ୍ବର , ବିଶ୍ୱବିଦ୍ୟାଳୟର ଗଣିତ ବିଭାଗ ଛାତ୍ର ପ୍ରକାଶ ଜେନା ୭୯.୩୩ ପ୍ରତିଶତ, ପଦାର୍ଥ ବିଜ୍ଞାନରେ ଓମକାର ଦାସ ୮୯.୭୭ପ୍ରତିଶତ ନମ୍ବର, ଜୀବ ବିଜ୍ଞାନରେ ଛାତ୍ରୀ ମୌସୁମୀ ନାୟକ ୯୧.୨୦ ପ୍ରତିଶତ, ଅର୍ଥଶାସ୍ତ୍ରରେ ନିକୁଞ୍ଜ ବିହାରୀ ପଣ୍ଡା ୮୪.୦୮ ପ୍ରତିଶତ, ଶିକ୍ଷା ବିଭାଗରେ ଡି.ଏ.ଭି ମହାବିଦ୍ୟାଳୟର ଛାତ୍ର ରୋହିତ ଦାସ ୮୩.୧୩, ଇଂରାଜୀରେ ବିଶ୍ୱବିଦ୍ୟାଳୟର ଛାତ୍ରୀ ପ୍ରୀୟଙ୍କା ବାଇ ୮୨.୬୫, ଇତିହାସରେ ଛାତ୍ରୀ ପୁଷ୍ପାଞ୍ଜଳି ନିଶାଲ୮୨.୧୭, ଓଡିଆରେ ଛାତ୍ର ହିମାଦ୍ରୀ ତନୟ ରାଜ ୮୫.୫୦, ଦର୍ଶନଶାସ୍ତ୍ରରେ ଓମଶ୍ରୀୟ ସାହୁ ୮୫.୯୮, ରାଜନୈତିକ ବିଜ୍ଞାନରେ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ୮୨.୧୭ ଏବଂ ଗୃହ ବିଜ୍ଞାନରେ ଛାତ୍ରୀ ମନିକା ମହାନ୍ତି ୮୩.୭୩, ସମାଜବିଜ୍ଞାନରେ ବିଶ୍ୱବିଦ୍ୟାଳୟର ଛାତ୍ର ସତ୍ୟବ୍ରତ ପାଢୀ ୬୭.୪୫ , ବାଣିଜ୍ୟ ରେ ଛାତ୍ରୀ ବବିତା ଜେନା ୮୫.୦୨ ଏବଂ ଏପିଏମରା ରେ ଛାତ୍ରୀ ସୌଜନ୍ୟା ସ୍ୱର୍ଗରୂପା ରଥ ୮୭.୪୦ ପ୍ରତିଶତ ନମ୍ବର ରଖି ନିଜ ନିଜ ବିଭାଗରେ ଟପର ହୋଇଛନ୍ତି । ପ୍ରକାଶଯେ, ଉଭିଦ୍ଦ ବିଜ୍ଞାନରେ ଛାତ୍ର ୮୮ ପ୍ରତିଶତ ଏବଂ ଛାତ୍ରୀ ୯୦ ପ୍ରତିଶତ, ରସାୟନିକ ବିଜ୍ଞାନ ୭୧ ଛାତ୍ର ୮୨ ଛାତ୍ରୀ, ବାଣିଜ୍ୟ ୮୩ ଛାତ୍ର ଶତ ପ୍ରତିଶତ ଛାତ୍ରୀ, ଅର୍ଥଶାସ୍ତ୍ର ୩୬ ଛାତ୍ର, ୩୧ ଛାତ୍ରୀ, ଶିକ୍ଷାରେ ୮୨ ଛାତ୍ର ୮୯ ଛାତ୍ରୀ, ଇଂରାଜୀ ୯୨ ଛାତ୍ର ଶତପ୍ରତିଶତ ଛାତ୍ରୀ, ଇତିହାସ ଶତ ପ୍ରତିଶତ ଛାତ୍ର ୯୫ ପ୍ରତିଶତ ଛାତ୍ରୀ , ଗୃହ ବିଜ୍ଞାନ ୮୯ ପ୍ରତିଶତ ଛାତ୍ରୀ, ଗଣିତ ୪୩ ଛାତ୍ର ୪୬ ଛାତ୍ରୀ, ଏପିଏମଆଇଆରରେ ଉଭୟ ଛାତ୍ରଛାତ୍ରୀ ଶତ ପ୍ରତିଶତ, ଓଡିଆ ୯୭ ଛାତ୍ର ୯୮ ଛାତ୍ରୀ, ଦର୍ଶନ ଶାସ୍ତ୍ର ୮୮ ଛାତ୍ର ଶତପ୍ରତିଶତ ଛାତ୍ରୀ, ପଦାର୍ଥ ବିଜ୍ଞାନରେ ଉଭୟ ଛାତ୍ରଛାତ୍ରୀ ଶତ ପ୍ରତିଶତ, ରାଜନୈତିକ ବିଜ୍ଞାନ ୭୯ ପ୍ରତିଶତ ଛାତ୍ର ୯୬ ପ୍ରତିଶତ ଛାତ୍ରୀ, ସମାଜ ବିଜ୍ଞାନ ୨୯ ଛାତ୍ର ୬୪ ଛାତ୍ରୀ, ଜୀବ ବିଜ୍ଞାନ ଶତ ପ୍ରତିଶତ ଛାତ୍ର ୯୬ ପ୍ରତିଶତ ଛାତ୍ରୀ ଏବଂ କମ୍ପ୍ୟୁଟର ସାଇନ୍ସରେ ୨୯ ପ୍ରତିଶତ ଛାତ୍ର ଏବଂ ୭୦ ପ୍ରତିଶତ ଛାତ୍ରୀ ପାସ କରିଥିବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande