ଧର୍ମଶାଳା,୧୪ଜୁଲାଇ(ହି.ସ.) - ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଯାଜପୁର ଜିଲା ବଡଚଣା ବ୍ଲକର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ପୀଠ । ଏନେଇ ଭୋଲବମ୍ ହରହର ବମ୍ରେ ଧ୍ୱନିଂରେ ପ୍ରକମ୍ପିତ ମନ୍ଦିର ବେଢା । ଆଜିର ଦିନରେ କାଉଡିଆମାନେ ମାନସିକ ରଖି ଶିବ ଲିଙ୍ଗ ଉପରେ ଜଳାଭିଷେକ କରି ବିଭୂକୃପା ଲାଭ କରିଥାନ୍ତି । ତେବେ ଆଜି ଶହଶହ କାଉଡିଆଭକ୍ତମାନେ ବିିଭିନ୍ନ ସ୍ଥାନରୁ ଆସି ଲମ୍ବା ଧାଡିରେ ବାବାଙ୍କ ନିକଟରେ ଜଳଲାଗି କରିଛନ୍ତି । ଆଜି ଭୋରୁ ପହଡ ଖୋଲା ହେବା ପରେ ପୂଜାର୍ଚ୍ଚନା ପରେ ବାବା ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଯାଜପୁର ଜିଲାର କୋଣଅନୁକୋଣରୁ ବିଭିନ୍ନ ମନ୍ଦିରରୁ ପାଣି ଭାର ନେଇ କାଉଡିଆମାନେ ଆସି ଏଠାରେ ଜଳଲାଗି କରିଥିଲେ । ଭିଡ ନିୟନ୍ତ୍ରଣ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗହଣ କରାଯାଇଥିଲା । ଧାନମଣ୍ଡଳ ଫାଣ୍ଡି ଓ ବଡଚଣା ଥାନା ପକ୍ଷରୁ ବ୍ୟାପକ ପୋଲିସ ଉପସ୍ଥିତ ରହି କାଉଡିଆମାନଙ୍କ ଜଳାଭିଷେକ ପାଇଁ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ