ବାଲେଶ୍ୱରର ପୀଡିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି
ଭୁବନେଶ୍ୱର,୧୪ ଜୁଲାଇ (ହି.ସ) - ବାଲେଶ୍ୱର ଏଫ ଏମ୍ କଲେଜର ପୀଡିତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭେଟିଛନ୍ତି। ସୋମବାର ଏମ୍ସର ସମାବର୍ତନ ଉତ୍ସବରେ ଯୋଗ ଦେବା ପରେ ଏମ୍ସ ବର୍ଣ୍ଣ ୱାର୍ଡରେ ଛାତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହିତ ରାଷ୍ଟ୍ରପତି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ସହିତ ପୀଡ଼
ବାଲେଶ୍ୱରର ପୀଡିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି


ଭୁବନେଶ୍ୱର,୧୪ ଜୁଲାଇ (ହି.ସ) - ବାଲେଶ୍ୱର ଏଫ ଏମ୍ କଲେଜର ପୀଡିତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭେଟିଛନ୍ତି। ସୋମବାର ଏମ୍ସର ସମାବର୍ତନ ଉତ୍ସବରେ ଯୋଗ ଦେବା ପରେ ଏମ୍ସ ବର୍ଣ୍ଣ ୱାର୍ଡରେ ଛାତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହିତ ରାଷ୍ଟ୍ରପତି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହା ସହିତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଇଛନ୍ତି। ରାଷ୍ଟ୍ରପତି ଡାକ୍ତରଙ୍କ ସହ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଥିଲେ। ରାଷ୍ଟ୍ରପତି କହିଥିଲେ ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତୁ ସେ ସୁସ୍ଥ ହୋଇ ଫେରି ଆସନ୍ତୁ ।

ଏସମ୍ପର୍କରେ ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି, ରାଷ୍ଟ୍ରପତି ପୀଡ଼ିତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ବର୍ତମାନର ସ୍ଥିତି ସହ କଣ ଚିକିତ୍ସା ଯୋଗାଇ ଦିଆଯାଉଛି ପଚାରି ବୁଝିଥିଲେ। ପୀଡ଼ିତାଙ୍କ ପରିବାରକୁ ଭେଟି କଥା ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande