ୟୁଥ୍ କ୍ଲବ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ
ଧର୍ମଶାଳା, ୧୪ ଜୁଲାଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଚରାରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି ଅବସରରେ ଧର୍ମଶାଳା ବ୍ଲକ ବୃନ୍ଦାଦେଇପୁର ପଂଚାୟତର ଦଇପୁର ଧବଳେଶ୍ୱର ୟୁଥ୍ କ୍ଲବ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ
ୟୁଥ୍ କ୍ଲବ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ


ଧର୍ମଶାଳା, ୧୪ ଜୁଲାଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଚରାରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି ଅବସରରେ ଧର୍ମଶାଳା ବ୍ଲକ ବୃନ୍ଦାଦେଇପୁର ପଂଚାୟତର ଦଇପୁର ଧବଳେଶ୍ୱର ୟୁଥ୍ କ୍ଲବ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ଉଦ୍ୟୋଗୀ ମୀନକେତନ ସ୍ୱାଇଁଙ୍କ ପରାମର୍ଶ କ୍ରମେ ଆକାଶି, ଶିଶୁ, କୃଷ୍ଣଚୁଡା, ଚାକୁଣ୍ଡା, ପିଜୁଳି, ଆମ୍ବ ଓ ନିମ୍ବ ଚାରାରୋପଣ କରିବା ସହ ଏହି ଚାରାର ସୁରକ୍ଷା ନିମନ୍ତେ ଏହାର ଚତୃପାଶ୍ୱର୍ରେ ବାଡ ଦିଆଯାଇଥିଲା । ପ୍ରକୃତିପ୍ରେମୀ ରସାନନ୍ଦ ଖଟୁଆ, ନାରାୟଣ ମହାନ୍ତି, ଅର୍ଜ୍ଜୁନ ସାହୁ, ସୁରେନ୍ଦ୍ର ବସ୍ତିଆ, ସନାତନ ଖଟୁଆ, ହେମନ୍ତ ମହାନ୍ତି, ପ୍ରଭାତ ରାଉତ, ଶମ୍ଭୁନାଥ ପତିହାରୀ ଓ ଧନେଶ୍ୱର ଖଟୁଆ ପ୍ରମୁଖ ଯୋଗ ଦେଇ ଚାରାରୋପଣ କରିବା ସହ ଚାରାର ସୁରକ୍ଷା ନିମନ୍ତେ ବିସ୍ତୃତ ଆଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande