ଚମ୍ପୁଆ, 15 ଜୁଲାଇ (ହି.ସ.) ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କୃଷ୍ଣପୁର, ଗମ୍ଭାରିଆ ଠାରେ ଆଡ୍ଡା ଜମାଇ ଥିବା ୨୮ଟିକିଆ ହାତୀ ପଲ ବିଭିନ୍ନ ଗ୍ରାମରେ ପଶି ଉପଦ୍ରବ ଜାରୀ ରଖିଛନ୍ତି । ଏହି ହାତୀ ପଲ ଗତକାଲି ଚମ୍ପୁଆ ବ୍ଳକର ଗମ୍ଭାରିଆ, ସାନନଇ ଓ ରଜିଆ ଗ୍ରାମରେ ୧୩ ଘର ଭାଙ୍ଗିଥିବା ବେଳେ ଆଜି ଗମ୍ଭାରିଆ ଗ୍ରାମରେ ପୁଣି ୩ ଟି ଘର ଭାଙ୍ଗି ଥିବା ଜଣାପଡିଛି। ଗମ୍ଭାରିଆ ଗ୍ରାମ ନୂଆଗୋଡ଼ା ସାହିର କରୁଣା ମହାନ୍ତଙ୍କ ଘର ଭାଙ୍ଗିବା ସହ ଧାନ ଖାଇ ବିଞ୍ଚି ଦେଇଥିବା ବେଳେ ଅନ୍ୟଟି ଗମ୍ଭାରିଆ ଗ୍ରାମ ଆହାର ଗୋଡ଼ା ର ଚତୁର୍ଭୁଜ ନାୟକଙ୍କ ଘର ଭାଙ୍ଗିଥିବା ଜଣାପଡିଛି । ଏଥି ସହ ବନ ବିଭାଗ କର୍ମଚାରୀ ମାନେ ମଧ୍ୟ ହାତୀଙ୍କୁ ଘଉଡାଇବାରେ ବିଫଳ ହେଉଥିବାରୁ ହାତୀଙ୍କ ଦ୍ଵାରା କ୍ଷତି ଗ୍ରସ୍ତ ହୋଇଥିବା ପରିବାରଙ୍କୁ ଚିହ୍ନଟ କରି କ୍ଷତି ପୁରଣ ଯୋଗାଇ ଦେବାକୁ ପ୍ରଶାସନଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta