ରାହୁଲ ଗାନ୍ଧୀ ଙ୍କ ସୌମ୍ୟଶ୍ରୀଙ୍କ ପିତା ସହ କଥା ହେଲେ
ନ୍ୟାୟ ଦେବାକୁ ଦେଲେ ଭରସା ଭୁବନେଶ୍ୱର, ୧୬ ଜୁଲାଇ (ହି.ସ.) : ବାଲେଶ୍ୱର ସ୍ଥିତ ଫକୀର ମୋହନ ଅଟୋନୋମସ୍ କଲେଜର ୨୦ ବର୍ଷୀୟ ଛାତ୍ରୀ ସୌମ୍ୟଶ୍ରୀଙ୍କ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତା କରିଛନ୍ତି ଓ ପରିବାରକୁ ସମ୍ପୂର୍ଣ୍ଣ ନ୍ୟାୟ ପ୍ର
ରାହୁଲ ଗାନ୍ଧୀ ଙ୍କ ସୌମ୍ୟଶ୍ରୀଙ୍କ ପିତା ସହ କଥା ହେଲେ


ନ୍ୟାୟ ଦେବାକୁ ଦେଲେ ଭରସା

ଭୁବନେଶ୍ୱର, ୧୬ ଜୁଲାଇ (ହି.ସ.) : ବାଲେଶ୍ୱର ସ୍ଥିତ ଫକୀର ମୋହନ ଅଟୋନୋମସ୍ କଲେଜର ୨୦ ବର୍ଷୀୟ ଛାତ୍ରୀ ସୌମ୍ୟଶ୍ରୀଙ୍କ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତା କରିଛନ୍ତି ଓ ପରିବାରକୁ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଦାନ ପାଇଁ ଭରସା ଦେଇଛନ୍ତି। ଶିକ୍ଷକଙ୍କ ଦ୍ୱାରା ମାନସିକ ଓ ଯୌନ ଉତ୍ପୀଡନରେ ଅତିଶୟ ଦୁଃଖୀ ହୋଇ ସୌମ୍ୟଶ୍ରୀ ଆତ୍ମଦାହ କରିଥିଲେ।

ରାହୁଲ ଗାନ୍ଧୀ ଏହି ଦୁଃଖଦ ଘଟଣାକୁ “ଅମାନବିକ ଓ ଲଜ୍ଜାଜନକ” ବୋଲି କୁହି ତାହାର ତୀବ୍ର ନିନ୍ଦା କରିଛନ୍ତି।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି କରିଛନ୍ତି ଯେ. ଓଡ଼ିଶାର ବାଲେଶ୍ୱରରେ ନ୍ୟାୟ ପାଇଁ ଲଢ଼ି ଜୀବନ ହରାଇଥିବା ସାହସୀ ଝିଅର ପିତାଙ୍କ ସହ କଥାହେଲି। ତାଙ୍କର କଥାରେ ଝିଅର ଦୁଃଖ, ସ୍ୱପ୍ନ ଓ ସଂଘର୍ଷକୁ ଅନୁଭବ କଲି। ମୁଁ ତାଙ୍କୁ ଏହି ଭରସା ଦେଲି ଯେ କଂଗ୍ରେସ ପାର୍ଟି ଓ ମୁଁ ପ୍ରତିଟି ପଦକ୍ଷେପରେ ତାଙ୍କ ସହ ଅଛି। ଯାହା ଘଟିଛି ତାହା କେବଳ ଅମାନବିକ ଓ ଲଜ୍ଜାଜନକ ନୁହେଁ, ସମଗ୍ର ସମାଜର ଉପରେ ଏକ ଗଭୀର କ୍ଷତ । ଆମେ ନିଶ୍ଚିତ କରିବୁ ଯେ ପୀଡିତ ପରିବାର କିପରି ସମ୍ପୂର୍ଣ ଭାବେ ନ୍ୟାୟ ପାଇବ ।”

ଅନ୍ୟ ପକ୍ଷରେ ଏହି ଘଟଣାର ବିରୋଧରେ କଂଗ୍ରେସ ପାର୍ଟି ୧୭ ଜୁଲାଇ ତାରିଖରେ ଓଡ଼ିଶା ବନ୍ଦ ଘୋଷଣା କରିଛି। ଦଳ ରାଜ୍ୟ ସରକାର ସମ୍ମୁଖରେ ମାମଲାର ନିଷ୍ପକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande