ବିଦ୍ୟୁତ୍ ଆଘାତରେ ମାମୁଁ ଓ ଭଣଜା ମୃତ
ଭଦ୍ରକ, ୧୫ ଜୁଲାଇ (ହି.ସ.) - ଭଣଜା କୁ ବଂଚାଇବା ପାଇଁ ଯାଇ ମାମୁଁ ମୃତ । ବିଦ୍ୟୁତ୍ ତାର କୁ ମାଡ଼ି ଦେବା ରୁ ଚାଲିଗଲା ଜୀବନ । ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଧୀନ ଦଇସିଂ ଆଦିବାସୀ ସାହି ରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଦଇସିଂ ପଂଚାୟତ ଆଦିବାସୀ ସାହି ରେ ୫ ବର୍ଷୀୟ ନବ ମୁଣ୍ଡା
ବିଦ୍ୟୁତ୍ ଆଘାତରେ ମାମୁଁ ଓ ଭଣଜା ମୃତ


ଭଦ୍ରକ, ୧୫ ଜୁଲାଇ (ହି.ସ.) - ଭଣଜା କୁ ବଂଚାଇବା ପାଇଁ ଯାଇ ମାମୁଁ ମୃତ । ବିଦ୍ୟୁତ୍ ତାର କୁ ମାଡ଼ି ଦେବା ରୁ ଚାଲିଗଲା ଜୀବନ । ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅଧୀନ ଦଇସିଂ ଆଦିବାସୀ ସାହି ରେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଦଇସିଂ ପଂଚାୟତ ଆଦିବାସୀ ସାହି ରେ ୫ ବର୍ଷୀୟ ନବ ମୁଣ୍ଡା ଗାଁ ନିକଟ ରେ ମାଙ୍କଡ ଗୋଡାଉଥିଲେ । ଏହି ସମୟ ରେ ତଳେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସି ଯାଇଟ ତଳେ ପଡ଼ିଯାଇଥିଲି । ତାଙ୍କ ମାମୁଁ ନିଧି ମୁଣ୍ଡା ଭଣଜା କୁ ବଂଚାଇବା ପାଇଁ ଯାଇ ନିଜେ ମଧ୍ୟ ବିଦ୍ୟୁତ୍ ଆଘାତ ରେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ବିଦ୍ୟୁତ୍ ସଂଯୋଗ କାଟି ଦୁଇ ଜଣ ଙ୍କୁ ମେଡିକାଲ ଆଣିଥିଲେ । ଭଦ୍ରକ ମେଡିକାଲ ରେ ଉଭୟ ଙ୍କୁ ମୃତ ଘୋଷଣା କରାଯାଇଛି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande