ସୁବର୍ଣ୍ଣପୁର, ୧୫ ଜୁଲାଇ(ହି.ସ.) – ଜିଲ୍ଲାର ରାମପୁର ଥାନା ତଥା ଡୁଙ୍ଗୁରିପାଲି ବ୍ଳକର ଗଜବନ୍ଧ ପଂଚାୟତର ପୂର୍ବତନ ସରପଂଚ ତଥା ବର୍ତମାନର ସରପଂଚ ବାସନ୍ତୀ କ୍ଷେତୀଙ୍କ ସ୍ୱାମୀ ବଲ୍ଲଭ କ୍ଷେତିଙ୍କୁ ଗତ ୧୦ ତାରିଖ ରେ ନିର୍ମମ ହତ୍ୟା କରାଯାଇଥିବା ଘଟଣାରେ ଚାରିଜଣ ହତ୍ୟାକାରୀଙ୍କୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ। ପ୍ରାପ୍ତ ସୂଚନା ଅନୁସାରେ ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ରେ ସହାୟତାରେ ରାମପୁର ପୋଲିସ ଜେଲ ପଠାଇବାରେ ସମର୍ଥ ହୋଇଛି। ଘଟଣା ଦିନ ରାତିରେ ସ୍ୱର୍ଗତ ବଲ୍ଲଭ ଖେତୀ ବାଇକରେ ନିଜ ଗ୍ରାମ ଗଜବନ୍ଧ ପଂଚାୟତ କେନ୍ଦୁପାଲିକୁ ଯାଉଥିବା ସମୟରେ ପ୍ରାୟ ରାତି ୧୦ଟା ସମୟରେ ଗଜବନ୍ଧଠାରୁ ୨କିମି ଦୂର ବ୍ରାହ୍ମଣିପାଲି, ପଣ୍ଡରାପାଲି ଓ କେନ୍ଦୁପାଲି ଗ୍ରାମର ମଧ୍ୟ ଭାଗରେ ଥିବା ଛକ ନିକଟରେ ଅଭିଯୁକ୍ତ ୪ ଯୁବକ ବ୍ରାହ୍ମଣିପାଲି ର ଯୋଗେଶ୍ୱର ଭୋଇ (୪୨), ପଣ୍ଡରାପାଲିର ଗୋବିନ୍ଦ ବେହେରା(୨୬), ଗଜବନ୍ଧର ସୁଜେଇ ଧନଞ୍ଜୟ ପ୍ରଶାୟତ(୪୦), ଗଜବନ୍ଧର ଜଗଦିଶ ହୃଷିକେଶ ବଗର୍ତି(୫୪) ଛପି ରହି ଅତର୍କିତ ଭାବରେ ଏହି ଆକ୍ରମଣ କରିଥିଲେ । ଖଣ୍ଡକ୍ଷ ଚୋଟରେ ବଲ୍ଲଭ ତଳେ ପଢି ଯାଇଥିଲେ। ଖବର ପାଇ ପରିବାର ଏବଂ ସଂପର୍କୀୟମାନେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ଜିଲ୍ଲା ପୋଲିସ୍ ଗୁରୁତର ସହ ନେଇ ଖୋଦ୍ ଏସପି ନାରାୟଣ ନାୟକ ଘଟଣା ସ୍ଥଳକୁଯାଇ ଏହାର ପ୍ରାଥମିକ ତଦନ୍ତ କରିଥିଲେ। ପରେ ଜିଲ୍ଲା ପୋଲିସ ଏହାର ତଦନ୍ତ ଭାର ରାମପୁର ପୋଲିସକୁ ଦେଇ ଥିବାବେଳେ ସୋନପୁର ଏସଡିପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତି ପରାମର୍ଶ କ୍ରମେ ରାମପୁର ଥାନା ଅଧିକାରୀ ପଦ୍ମାସିନି ମେହେରଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ସଠିକ ଭାବରେ ଅନୁସନ୍ଧାନ କରି ସମସ୍ତ ଅପରାଧୀଙ୍କୁ ଠାବ କରିବାରେ ସଫଳ ହୋଇଛି। ଜମି ବିବାଦ ଓ ଭିନ୍ନ ଭିନ୍ନ ବିବାଦରେ ପୂର୍ବରୁ ଯୋଗେଶ୍ୱର ଭୋଇ ଓ ଗୋବିନ୍ଦ ବେହେରାଙ୍କ ସହ ବଲ୍ଲଭ କ୍ଷେତି ଙ୍କ ଖୁବ୍ ଝଗଡ଼ା ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ତେଣୁ ଗୋବିନ୍ଦ ଓ ଯୋଗେଶ୍ୱର ଏ ଦୁହେଁ ମୁଖ୍ୟ ଆସାମୀ ବୋଲି ଏସପି ସୁଚନା ଦେଇଛନ୍ତି। କେନ୍ଦ୍ର କରି ନୂତନ ଏସପିଙ୍କ ଯୋଗଦାନ ପରେ ଜିଲ୍ଲାରେ ଘଟିଥିବା ବଡ ବଡ ଚୋରି ଲୁଟ୍ ଓ ହତ୍ୟା ଘଟଣାର ତୁରନ୍ତ ଏକ୍ସନ୍ ଓ ପର୍ଦ୍ଦାଫାଶ କରିବାରେ ସଫଳ ହୋଇ ଥିବାରୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରଯାଇଛି। ସାଧାରଣ ଜନତାଙ୍କ ମଧ୍ୟରେ ପୋଲିସ ପ୍ରତି ଆଶା ବିଶ୍ୱାସ ଓ ଭରସା ବୃଦ୍ଧି ପାଇଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ