ପୀଡିତା ଛାତ୍ରୀ ସୌମ୍ୟାଶ୍ରୀଙ୍କ ନ୍ୟାୟ ପାଇଁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ
କେନ୍ଦୁଝର, 15 ଜୁଲାଇ (ହି.ସ.) ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟରେ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଉଦ୍ୟମ ସହ ପ୍ରଥମେ ବାଲେଶ୍ବର ଓ ପରେ ଏମ୍ସ ମେଡିକାଲରେ ନିଜ ଜୀବନ ସହ ସଙ୍ଘର୍ଷ କରି ଶେଷରେ ହାରିଯାଇ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ବିଜେପି ରାଜ୍ୟ ସରକାର ତୁରନ୍ତ ରାତାରାତ
ପୀଡିତା ଛାତ୍ରୀ ସୌମ୍ୟାଶ୍ରୀଙ୍କ ନ୍ୟାୟ ପାଇଁ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ


କେନ୍ଦୁଝର, 15 ଜୁଲାଇ (ହି.ସ.) ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟରେ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଉଦ୍ୟମ ସହ ପ୍ରଥମେ ବାଲେଶ୍ବର ଓ ପରେ ଏମ୍ସ ମେଡିକାଲରେ ନିଜ ଜୀବନ ସହ ସଙ୍ଘର୍ଷ କରି ଶେଷରେ ହାରିଯାଇ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ବିଜେପି ରାଜ୍ୟ ସରକାର ତୁରନ୍ତ ରାତାରାତି ଶବ ବ୍ୟବଛେଦ କରି ବିଜେପି ନେତାଙ୍କ ଉପସ୍ଥିତିରେ ମେଡିକାଲ ପଛ ଗେଟରେ ପୋଲିସ ସୁରକ୍ଷାରେ ଶବକୁ ବାହାର କରିଛନ୍ତି । ଯାହାକି ସଂନ୍ଦେହଜନକ ଘଟଣା ହୋଇଛି । ଏହି ଅପାରଗ ଏବଂ ସ୍ଥାଣୁ ବିଜେପି ସରକାର ପାଇଁ ଗୋଟେ ନିରୀହ ଝିଅର ଜୀବନ ବାଜି ଲାଗିଛି। ଏହି ଭଉଣୀଟି ଅଧୂଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟ ଥିଲେ ମଧ୍ୟ ନିଜ ଉପରେ ଭକ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ ଦ୍ବାରା ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ଅଧୂକାର ପାଇଁ ନିଜ ଦଳର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ, ବିଧାୟକ ମାନସ ଦତ୍ତ, ସାଂସଦ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି କର୍ମକର୍ତ୍ତାଙ୍କୁ ଜଣାଇ ବିଫଳ ହୋଇ ଶେଷରେ ଆତ୍ମହତ୍ୟା ପରି ବିକଳ୍ପ ବାଛି ନେଇଥିଲେ । ଶେଷରେ ପୀଡିତା ସୌମ୍ୟାଶ୍ରୀଙ୍କ ବିୟୋଗ ପରେ ମୁଖ୍ୟମନ୍ତ୍ରୀ ନିଦ ବିଷ୍ଣୁ ସାଜି ଚୁପଚାପ ରହିଛନ୍ତି । ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ବରେ ଯୁବ,ଛାତ୍ର ଓ ମହିଳା ମାନେ ବିରୋଧୀ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜଙ୍କ ଇସ୍ତଫା ଦାବୀ କରି କୁଶ ପୁତ୍ତଳିକା ଦାହ କରିଥିଲେ । କଂଗ୍ରେସ ନେତା ମାନେ ମୃତ ପୀଡିତଙ୍କ ପରିବାରକୁ ୨୫ ଲକ୍ଷ ଅନୁଦାନ ଦେବା ସହିତ ଏହି ଏହି ଘଟଣାର ନିରପେକ୍ଷ ବିଚାର ତଦନୁ ପାଇଁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ଆଦିବାସୀ ସେଲ ଅଧକ୍ଷ ତଥା ପୂର୍ବତନ ସାଂସଦ ଯଶବୋନ୍ତ ନାରାୟଣ ସିଂ ଲାଗୁରି, ଜିଲ୍ଲା କଂଗ୍ରେସ ସଂଯୋଜିକା ସଂଗୀତା ସିଂହ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, କଂଗ୍ରେସ ନେତ୍ରୀ ପ୍ରତିଭା ମଞ୍ଜରୀ ନାଏକ, ସସ୍ମିତା ବେହେରା, ସେବତୀ ମହାନ୍ତି, ସୋନାଲି ମାଣ୍ଡି, ପ୍ରେମଲତା ବେହେରା, କଂଗ୍ରେସ ନେତା ନିର୍ମଳ ନାଏକ, ଲଳିତ ମୋହ‌ନ ନାଏକ, ରତ୍ନାକର ଜେନା,ଉତ୍ତମ କୁମାର ସାହୁ, ସନ୍ତୋଷ କୁମାର ସାହୁ, ବିକ୍ରମ ଜେନା, ସୁନୀଲ ନାଏକ, ରଘୁନାଥ ପାତ୍ର, ସୁଢଳ କୁମାର ସେଠି, ଦିଲ୍ଲୀପ କୁମାର ସାହୁ, ଦିନେଶ ରାଉତ, ଶୁକଦେବ ମହାକୁଡ଼, ପ୍ରମୋଦ ବେହେରା, ରଂଜିତ ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, କ୍ଷୀରୋଦ ପାତ୍ର, ଶେଷଦେବ ସାହୁ ଏବଂ ଯୁବ ଓ ଛାତ୍ର ନେତା ସୌମ୍ୟ ରଞ୍ଜନ ରାଉତ, ମହମ୍ମଦ ରାଜୁ, ଅମିତ କୁମାର ରାଉତ, ମାନସ ବେହେରା, ଆକାଶ ବେହେରା, ଅଭିନାଶ ଓଝା, ରାହୁଲ ବେହେରା, ଶମ୍ବୂ ବେହେରା, ଅଭିଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande