ସମ୍ବଲପୁର, ୧୫ ଜୁଲାଇ (ହି.ସ.)ଜମନକିରା ବ୍ଲକ ସମିତି ସଭା ଗୃହରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଏସ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସର୍ବମୋଟ ୩୩ ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଏଥି ମଧ୍ୟରୁ ୧୩ ଟି ବ୍ୟକ୍ତିଗତ ଥିବା ବେଳେ ୨୦ ଟି ଗୋଷ୍ଠୀ ଗତ ସମସ୍ୟା ପାଇଁ ଶୁଣାଣି ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ପାଳ ଏବଂ ସମ୍ବଲପୁର ଏସ ପି ଅନୁପସ୍ଥିତ ଥିବାରୁ ସମ୍ବଲପୁର ପିଡି. ସମ୍ବଲପୁର ଅତିରିକ୍ତ ଏସ ପି, କୁଚିଣ୍ଡା ଉପଜିଲ୍ଲାପାଳ, କୁଚିଣ୍ଡା ପି.ଏ.ଏଇ.ଟି.ଡ଼ି.ଏ ଅଧିକାରୀ, ଜମନକିରା ବିଡ଼ିଓ, ଜମନକିରା ତହସିଲଦାର, ସହିତ ବିଭିନ୍ନ ବଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଜିର ଏଇ ଅଭିଯୋଗ ଶୁଣାଣି ରେ ଫାଶୀମାଲ ଗ୍ରାମପଞ୍ଚାୟତ ର ଚାଷୀ ମାନେ ତାଙ୍କର ୨୦୨୨ ଆର୍ଥିକ ବର୍ଷ ର ଫସଲବୀମା ପ୍ରାପ୍ୟ ଅନିୟମିତତା ଉପରେ ଏକ ଲିଖିତ ଅଭିଯୋଗ ଦେଇ ଦେଇଥିଲେ, ଯଦି ଆସନ୍ତା ୩୦ ତାରିଖ ଭିତରେ ଯଦି ଏହାର ମୀମାଂସା କରା ନ ଯାଏ ତାହେଲେ ଚାଷୀ ନେତା ଦିଲୀପ ପଟେଲ ଆତ୍ମହୁତି ଦେବେ ବୋଲି ଅଭିଯୋଗ ଶୁଣାଣି ରେ ଚେତାବନୀ ଦେଇଛନ୍ତି, ସୂଚନା ମୁତାବକ ୨୦୨୨ ରୁ ପ୍ରତ୍ୟେକ ଜନ ଶୁଣାଣୀ ସହିତ ସମ୍ବଲପୁର ଜିଲ୍ଲାପାଳ ସମେତ ମନ୍ତ୍ରୀ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଆସୁଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ