ଉତ୍କଳ ଓମଫେଡ୍ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ଜୟପୁର,୧୫ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ରେଳଷ୍ଟେସନ ଛକ ଓମଫେଡ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଂଟ ସମ୍ମୁଖରେ ଉତ୍କଳ ଓମଫେଡ କର୍ମଚାରୀ ସଂଘର ଡାକରାରେ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ଦେଇଛନ୍ତି । ଖାଲି ରହିଥିବା ପଦବୀ ଗୁଡିକକୁ ତୁରନ୍ତ ପୂରଣ ଏବଂ ସମାନ କାର୍ଯ୍ୟକୁ ସମାନ
ଉତ୍କଳ  ଓମଫେଡ୍ କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ


ଜୟପୁର,୧୫ ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ରେଳଷ୍ଟେସନ ଛକ ଓମଫେଡ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଂଟ ସମ୍ମୁଖରେ ଉତ୍କଳ ଓମଫେଡ କର୍ମଚାରୀ ସଂଘର ଡାକରାରେ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ଦେଇଛନ୍ତି । ଖାଲି ରହିଥିବା ପଦବୀ ଗୁଡିକକୁ ତୁରନ୍ତ ପୂରଣ ଏବଂ ସମାନ କାର୍ଯ୍ୟକୁ ସମାନ ଦରମା ଦାବି ନେଇ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଆହ୍ୱାନ କରାଯାଇଛି । ଏହିପରି ଗତ ଦେଢବର୍ଷ ହେଲାଣି ସଂଘ ପକ୍ଷରୁ ଦାବି ଗୁଡିକର ପୂରଣ ନେଇ ବାରମ୍ବାର ସ୍ମାରକପତ୍ର ପ୍ରଦାନ କରାଯାଉଥିଲେ ସୁଦ୍ଧା ଓମଫେଡ କର୍ତୃପକ୍ଷ ଏଥିନେଇ ଅଣଦେଖା କରିଥିଲେ । ଏହିପରି ସାରା ଓଡିଶାରେ ସମୁଦାୟ ୨୧୭ଟି ପଦବୀ ଖାଲି ରହିଥିଲେ ସୁଦ୍ଧା ଏହା ପୂରଣ କରାଯାଉନାହିଁ । ଏହିପରି ଗତ ମାର୍ଚ୍ଚ ୨୮ ତାରିଖରେ ଉଚ୍ଚ କର୍ତୃପକ୍ଷଙ୍କୁ ସାକ୍ଷାତ କରାଯାଇ ଦାବୀପତ୍ର ପ୍ରଦାନ କରାଯାଇଥିଲା ଏବଂ ଗତ ଜୁନ ୨୪ ତାରିଖରେ ସଂଘର ବୈଠକରେ ଆଜି ଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରହିବା ନେଇ ନିଷ୍ପତି ହୋଇଥିଲା । ଏହି ଧାରଣାରେ ଲଇଛନ ହରିଜନ, ବଳିଭଦ୍ର ଫାଲନ, ବିଜୟଲକ୍ଷ୍ମୀ ପାଢୀ, ରାଜେନ୍ଦ୍ର ଟାକ୍ରୀ, ସୋନିଆ ପାଙ୍ଗୀ, ହରିହର ନାୟକ, ବଳଦେବ ଅମନାତ୍ୟ, ଗୁପ୍ତ ବେରୁକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande