ସଙ୍ଗ ଶ୍ରୀ ଫାଉଣ୍ଡେସନ ପକ୍ଷ ରୁ ଯୋଡ଼ା ଲିଙ୍ଗ ମନ୍ଦିର ସଫେଇ
ପୁରୀ, ୧୫ ଜୁଲାଇ (ହି.ସ.) - ସଙ୍ଗ ଶ୍ରୀ ଫାଉଣ୍ଡେସନ ଆନୁକୂଲ୍ୟ ରେ ସୋମବାର ଦିନ ପ୍ରଭୁ ଯୋଡ଼ା ଲିଙ୍ଗ ମନ୍ଦିରର ସଫେଇ କାର୍ଯ୍ୟ କରାଯାଇଥଲା । ଶ୍ରାବଣ ମାସ ପ୍ରଥମ ସୋମ ବାର କାଉଡ଼ିଆ ଭାଇଙ୍କ ଗହଳି ଲାଗିରହିଥିଲା । ସବୁ ଅଳିଆ ଆବର୍ଜନା କୁ ସଫେଇ କରିଥିଲେ । ମନ୍ଦିର ଭିତର ବେଢ଼ା ଭିତର ଚାରିପଟ, ପିଣ୍ଡି ଗୁ
ସଙ୍ଗ ଶ୍ରୀ ଫାଉଣ୍ଡେସନ ପକ୍ଷ ରୁ ଯୋଡ଼ା ଲିଙ୍ଗ ମନ୍ଦିର ସଫେଇ


ପୁରୀ, ୧୫ ଜୁଲାଇ (ହି.ସ.) - ସଙ୍ଗ ଶ୍ରୀ ଫାଉଣ୍ଡେସନ ଆନୁକୂଲ୍ୟ ରେ ସୋମବାର ଦିନ ପ୍ରଭୁ ଯୋଡ଼ା ଲିଙ୍ଗ ମନ୍ଦିରର ସଫେଇ କାର୍ଯ୍ୟ କରାଯାଇଥଲା । ଶ୍ରାବଣ ମାସ ପ୍ରଥମ ସୋମ ବାର କାଉଡ଼ିଆ ଭାଇଙ୍କ ଗହଳି ଲାଗିରହିଥିଲା । ସବୁ ଅଳିଆ ଆବର୍ଜନା କୁ ସଫେଇ କରିଥିଲେ । ମନ୍ଦିର ଭିତର ବେଢ଼ା ଭିତର ଚାରିପଟ, ପିଣ୍ଡି ଗୁଡିକ ସଫେଇ କରାଯାଇଥିଲା। ଭାଗ୍ୟରେ ଥିଲେ ଏଭଳି ସୁଯୋଗ ମିଳେ । ଆମ ସଙ୍ଗ ଶ୍ରୀ ଫାଉଣ୍ଡେସନ ପ୍ରଭୁ ଯୋଡ଼ା ଲିଙ୍ଗ ଙ୍କ ପାଖରେ ସଂସାର ର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲୁ । ଅନୁଷ୍ଠାନର ନିର୍ଦ୍ଦେଶିକା ଅରୁଣିମା ନନ୍ଦଙ୍କ ପରିଚାଳନା ରେ ସହଯୋଗ କରିଥିଲେ ସମ୍ପାଦିକା ପଦ୍ମିନୀ ବେହେରା,ସଂଯୋଜିକା ବିଚିତ୍ରା ମିଶ୍ର,ଗାୟତ୍ରୀ ଜେନା,ଅନିତା ସିନ୍ ହା,ମମତା ମିଶ୍ର, ତୁଳସୀ ବୁଟା,ସୁଭାଷିନୀ ମହାନ୍ତି,ଆରାଧନା,ସନ୍ତୋଷ,ଗୌରାଙ୍ଗ ସମେତ ସବୁ ସଭ୍ୟାମାନେ ସଫେଇ ରେ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande