ଧର୍ମଶାଳା,୧୫ଜୁଲାଇ(ହି.ସ.) - ଯାଜପୁରରେ ଅଘଟଣ । ବେକରେ ଫାଶି ଲଗାଇ ଯୁବ ଫାଇନାନ୍ସ କର୍ମଚାରୀଙ୍କ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ଏକ ଭଡା ଘରୁ ବନ୍ଦ କୋଠରୀରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ କଟକ ଜିଲା ଗୋବିନ୍ଦପୁର କନ୍ଦଳ ଗ୍ରାମର ମହେଶ୍ୱର ମହାରଣାଙ୍କ ପୁଅ ରାକେଶ (୩୧) ବୋଲି ଜଣାପଡିଛି । ରାକେଶ ଦେଢ ବର୍ଷ ହେବ ଚଣ୍ଡିଖୋଲସ୍ଥ ମୁଥୁଟ ମାଇକ୍ରୋ ଫାଇନାନ୍ସ କମ୍ପାନୀରେ କ୍ରେଡିଟ୍ ଫାଇନାନ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଏହି ଭଡା ଘରେ ୨ ଜଣ କର୍ମଚାରୀଙ୍କ ସହ ରହି ଆସୁଥିଲେ । ତେବେ ଆଜି ଝୁଲନ୍ତା ଅବସ୍ଥ୍ାରେ ବନ୍ଦ କୋଠରୀରୁ ମୃତକୁ ନେଇ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କେଉଁ ପରିସ୍ଥିତ ଓ କେଉଁ କାରଣରୁ ସେ ଏଭଳି ଚରମ ନିସ୍ପତି ନେଲେ,ଯାହାକୁ ନେଇ ସମସ୍ତଙ୍କୁ ଦ୍ୱନ୍ଦରେ ପକାଇ ଦେଇଛି ।
ସୂଚନା ମୁତାବକ,ରାକେଶ ଦେଢ ବର୍ଷ ହେବ ଏହି ଫାଇନାନ୍ସ କମ୍ପାନୀରେ କାମ କରି ଆସୁଥିଲେ । ସେ ଏବଂ ତାର ଅନ୍ୟ ୨ଜଣ କମ୍ପାନୀ କର୍ମଚାରୀଙ୍କ ସହ ଚଣ୍ଡିଖୋଲରେ ଏକ ଭଡା ଘରେ ରହି ଆସୁଥିଲେ । ତେବେ ଗତକାଲି ରାତିରେ ୨ ଜଣ ସହକର୍ମୀ ଘରକୁ ଆସିଥିଲେ । ହେଲେ ଘର ଭିତରୁ ବନ୍ଦ ରହିଥିଲା । ବାରମ୍ବାର ଡାକିବା ଫଳରେ ସେ କବାଟ ଖୋଲି ନ ଥିଲେ । ଯାହାକି ବହୁ ସମୟ ଅପେକ୍ଷା ପରେ ସେମାନଙ୍କୁ ସନ୍ଦେହ ହୋଇଥିଲା । ଯାହାକୁ ନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପଂହଚି କବାଟ ଭାଙ୍ଗି ଘର ଭିତରୁ ଏକ ଫ୍ୟାନରେ ଝୁଲୁ ଥିବା ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରିଥିଲା । ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ଦିଆଯାଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ