ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା : ସନ୍ଧ୍ୟା ପରେ ବଡ ନିଷ୍ପତି
ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ବାଲେଶ୍ୱର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସନ୍ଧ୍ୟା ପରେ ବଡ଼ ନିଷ୍ପତି ହୋଇପାରେ। ଏଫ୍‌. ଏମ୍ କଲେଜ ଘଟଣା ନେଇ ମଙ୍ଗଳବାର ଦିନ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଛାତ୍ରୀ ମୃତ୍ୟୁ ଘଟଣାର
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା : ସନ୍ଧ୍ୟା ପରେ ବଡ ନିଷ୍ପତି


ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ବାଲେଶ୍ୱର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସନ୍ଧ୍ୟା ପରେ ବଡ଼ ନିଷ୍ପତି ହୋଇପାରେ। ଏଫ୍‌. ଏମ୍ କଲେଜ ଘଟଣା ନେଇ ମଙ୍ଗଳବାର ଦିନ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଛାତ୍ରୀ ମୃତ୍ୟୁ ଘଟଣାର ବିଭିନ୍ନ ଦିଗ ଉପରେ ଆଲୋଚନା ହେଲା। ଘଟଣାରେ ଚାଲିଥିବା ତଦନ୍ତର ପରିସରକୁ ଆହୁରି ବଢାଯିବ। ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡିବ କରିବେ ସରକାର। ସରକାରଙ୍କର ଏକମାତ୍ର ଲକ୍ଷ୍ୟ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା। ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯିଏ ବି ସଂଶ୍ଳିଷ୍ଟ ଛଡ଼ାଯିବନି। ନ୍ୟାୟ ତ ହେବ, ନ୍ୟାୟର ପ୍ରକ୍ରିୟାକୁ ମଧ୍ୟ ଲୋକେ ଅନୁଭବ କରିବେ। ବୈଠକରେ ହୋଇଥିବା ଆଲୋଚନା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ। ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରୁ ଫେରିବା ପରେ ଜଣାଇବୁ। ଛାତ୍ରୀ ମୃତ୍ୟୁ ଘଟଣାରେ ସନ୍ଧ୍ୟା ପରେ ବଡ଼ ନିଷ୍ପତି ନିଆଯାଇପାରେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande