ଡିମା ହସାଓରେ ଭୂସ୍ଖଳନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ୯ ଗୁରୁତର
ଡିମା ହସାଓ(ଆସାମ), ୧୬ ଜୁଲାଇ(ହି.ସ.) – ଆସାମର ପାହାଡ଼ି ଜିଲ୍ଲା ମଧ୍ୟରୁ ଗୋଟିଏ ଡିମା ହସାଓର ମାହୁର ଥାନା ଅନ୍ତର୍ଗତ ହଂଗରୁମ ଗାଆରେ ହୋଇଥିବା ଭୀଷଣ ଭୂସ୍ଖଳନରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମାହୁର ଏବଂ ହାଫଲୋଗଙ୍କ ସରକାରୀ ହସ୍ପିଟାଲ
ଡିମା ହସାଓରେ ଭୂସ୍ଖଳନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ୯ ଗୁରୁତର


ଡିମା ହସାଓ(ଆସାମ), ୧୬ ଜୁଲାଇ(ହି.ସ.) – ଆସାମର ପାହାଡ଼ି ଜିଲ୍ଲା ମଧ୍ୟରୁ ଗୋଟିଏ ଡିମା ହସାଓର ମାହୁର ଥାନା ଅନ୍ତର୍ଗତ ହଂଗରୁମ ଗାଆରେ ହୋଇଥିବା ଭୀଷଣ ଭୂସ୍ଖଳନରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମାହୁର ଏବଂ ହାଫଲୋଗଙ୍କ ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛି।

ଏହି ଘଟଣା ବୁଧବାର ସକାଳେ ହୋଇଛି। ଘଟଣାର ସୂଚନା ମିଳିବା ମାହୁର ଥାନା ପୋଲିସ୍ ଟିମ୍ ଏବଂ ଏସ୍‌ଡିଆର୍‌ଏଫ୍‌ର ଗୋଟିଏ ଟିମ୍ ସହିତ ଘଟଣାସ୍ଥଳରେ ପହଂଚିଛି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଂଚିଛନ୍ତି ଏବଂ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ଉଦ୍ଧାର ଅଭିଯାନରେ ସାମିଲ ଏକ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ ଅଭିଯାନ ପୁରା ହୋଇସାରିଛି। ଆହତଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ମାହୁର ଏବଂ ହାଫଲୋକର ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଶେଷ ସୂଚନା ମିଳିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande