କୋଟି କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗରେ ୧୭ ବର୍ଷ ଧରି ଫେରାର ଥିବା ମହିଳା ଗିରଫ
ନୂଆଦିଲ୍ଲୀ, ୧୭ ଜୁଲାଇ (ହି.ସ.) – ୨୦୦୬ ମସିହାରେ ଏସବିଆଇ ସହିତ ୮ କୋଟି ଟଙ୍କାର ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ପ୍ରାୟ ଦୁଇ ଦଶନ୍ଧି ଧରି ପଳାତକ ଥିବା ମହିଳା ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ମହିଳାଙ୍କ ନାମ ମଣି ଏମ୍‌.ଶେଖର, ଯା
କୋଟି କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗରେ ୧୭ ବର୍ଷ ଧରି ଫେରାର ଥିବା ମହିଳା ଗିରଫ


ନୂଆଦିଲ୍ଲୀ, ୧୭ ଜୁଲାଇ (ହି.ସ.) – ୨୦୦୬ ମସିହାରେ ଏସବିଆଇ ସହିତ ୮ କୋଟି ଟଙ୍କାର ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ପ୍ରାୟ ଦୁଇ ଦଶନ୍ଧି ଧରି ପଳାତକ ଥିବା ମହିଳା ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ମହିଳାଙ୍କ ନାମ ମଣି ଏମ୍‌.ଶେଖର, ଯାହାକୁ ଜୁଲାଇ ୧୨ ତାରିଖରେ ଇନ୍ଦୋରରୁ ଗିରଫ କରାଯାଇଥିଲା ।

ଏହି ମାମଲାଟି ମଣି ଏମ୍‌.ଶେଖର ଏବଂ ତାଙ୍କ ସ୍ୱାମୀ ଆର.ଏମ.ଶେଖରଙ୍କ ଦ୍ୱାରା ଇଣ୍ଡୋ ମାର୍କସ ପ୍ରାଇଭେଟ୍ ଲିମିଟେଡ଼ ଏବଂ ଏହାର ସହଯୋଗୀ କମ୍ପାନୀ ଗୁଡ଼ିକ ମାଧ୍ୟମରେ ଠକେଇ କରି ବ୍ୟାଙ୍କ ଋଣ ହାସଲ କରି ପାଣ୍ଠିର ଅପବ୍ୟବହାର ସହିତ ଜଡ଼ିତ । ଏହି ଦମ୍ପତିଙ୍କ ବିରୋଧରେ ୨୦୦୨ରୁ ୨୦୦୫ ମଧ୍ୟରେ ପ୍ରାୟ ୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ସିବିଆଇ ୨୦୦୭ ମସିହାରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ସ୍ୱାମୀ ଓ ସ୍ତ୍ରୀ ଉଭୟ ଦୀର୍ଘ ସମୟ ଧରି କୋର୍ଟରେ ହାଜର ହୋଇନଥିଲେ ଏବଂ ୨୦୦୯ ମସିହାରେ କୋର୍ଟ ସେମାନଙ୍କୁ ପଳାତକ ଅପରାଧି ଘୋଷଣା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande