ପାଟନା, ୧୭ ଜୁଲାଇ(ହି.ସ.) – କେନ୍ଦ୍ରୀୟ କୃଷି କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ପୁରା ଦେଶରେ ପରିଶ୍ରମି କୃଷକ ଏବଂ ଟ୍ୟାଲେଂଟ ଦରକାର। ତେବେ ବିହାରର ପବିତ୍ର ଭୂମିରୁ ମିଳିବେ। ଏଠାର ଯୁବକ କର୍ତବ୍ୟନିଷ୍ଠ ଏବଂ ପରିଶ୍ରମି ଅଟନ୍ତି। ସେ କହିଥିଲେ ଯେ ଦେଶରେ କୃଷି କ୍ଷେତ୍ରରେ ବହୁତ କାମ ହୋଇଥିଲା କିନ୍ତୁ ଏବେ ମଧ୍ୟ ବାକି ରହିଛି। କେନ୍ଦ୍ର କୃଷି କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଗୁରୁବାର ଦିନ ବିହାର ସମସ୍ତୀପୁର ଜିଲ୍ଲାସ୍ଥିତ ଡା. ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟ, ପୁସାରେ ଚତୁର୍ଥ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରୁଥିଲେ। ସେ କହିଛନ୍ତି ଯେ ଦେଶରେ କୃଷି କ୍ଷେତ୍ରରେ ବହୁତ କାମ ହୋଇଛି କିନ୍ତୁ କସର ଏବେ ବାକି ରହିଛି। ଏଥିପାଇଁ ଯୁବକମାନେ ଯାହା କିଛି ଶିଖିଛନ୍ତି ତା’ର ଉପଯୋଗ ଷ୍ଟାର୍ଟଅପ୍ ଲଗାଇଛନ୍ତି। କୃଷି ଉତ୍ପାଦନ ବଢ଼ାଇବା ଏବଂ ଲାଗତ ହ୍ରାସ ଯେପରି ଉପାୟ ଖୋଜ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି