ଲକ୍ଷେ୍ଣø, ୧୬ ଜୁଲାଇ(ହି.ସ.) – ଅବୈଧ ଧର୍ମାନ୍ତରଣ ମାମଲାରେ ବଳରାମପୁର ଜିଲ୍ଲାରୁ ଗିରଫ ଜଲାଲ୍ଲୁଦିନ ଓରଫ ଛାଂଗୁର ବାବା ଏବଂ ତାଙ୍କ ସହଯୋଗୀ ନୀତୁ ଓରଫ ନସରିନଙ୍କୁ ଆଜି ଏଟିଏସ୍ କୋର୍ଟରେ ହାଜର କରାଯିବ। ଏହା ପୂର୍ବରୁ ବୁଧବାର ଦିନ ଏଟିଏସ୍ ଦୁହିଁଙ୍କ ମେଡ଼ିକାଲ ପରୀକ୍ଷା କରାଇଛି। ଏହି ଅବସରରେ ଛାଂଗୁର ସାମ୍ବାଦିକଙ୍କୁ କହିଛନ୍ତି ଯେ ସେ ନିର୍ଦ୍ଦୋଷ।
ଅବୈଧ ଧର୍ମାନ୍ତରଣର ମୁଖ୍ୟ ଅଭିଯୁକ୍ତ ଛାଂଗୁର ଏବଂ ନସରୀନଙ୍କୁ ଉତର ପ୍ରଦେଶ ଏଟିଏସ୍ର ଟିମ୍ ମେଡ଼ିକାଲ ପରୀକ୍ଷା ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଛନ୍ତି। ଦୁହିଁଙ୍କୁ ବୁଧବାର ଦିନ ଏଟିଏସ୍ର ବିଶେଷ ଅଦାଲତରେ ହାଜିର କରାଯିବ। ଆଜି ସେମାନଙ୍କ ରିମାଣ୍ଡ ଶେଷ ହୋଇଛି। ରିମାଣ୍ଡରେ ପଚରା ସମୟରେ ଦୁହିଁଙ୍କୁ ଏଟିଏସ୍କୁ ଅବୈଧ ଅଭିଯୁକ୍ତଙ୍କୁ କୋର୍ଟରେ ହାଜିର କରି ପଚରାଉଚୁରା ପାଇଁ ରିମାଣ୍ଡ ବଢ଼ାଇବାର ଦାବି କରିବ। ଇଡି ମଧ୍ୟ ଦୁହିଁଙ୍କୁ ବିଦେଶୀ ଫଣ୍ଡିଂକୁ ନେଇ ପଚରାଉଚୁରା କରିବ। କୋର୍ଟରେ ହାଜିର ପୂର୍ବରୁ ଦୁହିଁଙ୍କୁ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡ଼ିକାଲ ପରୀକ୍ଷର କରାଯାଇଛି। ଏହି ସମୟରେ ସୁରକ୍ଷାର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମେଡ଼ିକାଲ ସମୟରେ ଯେତେବେଳେ ସାମ୍ବାଦିକମାନେ ଛାଂଗୁରକୁ ଅବୈଧ ଧର୍ମାନ୍ତରଣ ବିଷରେ ପଚାରିଥିଲେ ସେ କହିଥିଲା ଯେ ସେ ନିର୍ଦ୍ଦୋଷ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି