ଏନଆରଆଇଙ୍କ ଗାଡି ଧକ୍କାରେ ବୃଦ୍ଧ ଧାବକ ଫୌଜା ସିଂହଙ୍କ ମୃତ୍ୟୁ, ଅଭିଯୁକ୍ତ ଗିରଫ
ଚଣ୍ଡିଗଡ଼, ୧୬ ଜୁଲାଇ (ହି.ସ.)-ପଞ୍ଜାବ ପୋଲିସ ବିଶ୍ୱର ସବୁଠାରୁ ବୟସ୍କ ମାରାଥନ ଧାବକ ଫୌଜା ସିଂହଙ୍କୁ ଧକ୍କା ଦେଇଥିବା ଡ୍ରାଇଭରକୁ ମଙ୍ଗଳବାର ରାତିରେ ପୋଲିସ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ପରିଚୟ କରତାରପୁରର ଦାସୁପୁର ବାସିନ୍ଦା ଏନଆରଆଇ ଅମୃତପାଲ ସିଂହ ଢିଲ୍ଲୋନ (୨
ଏନଆରଆଇଙ୍କ ଗାଡି ଧକ୍କାରେ ବୃଦ୍ଧ ଧାବକ ଫୌଜା ସିଂହଙ୍କ ମୃତ୍ୟୁ, ଅଭିଯୁକ୍ତ ଗିରଫ


ଚଣ୍ଡିଗଡ଼, ୧୬ ଜୁଲାଇ (ହି.ସ.)-ପଞ୍ଜାବ

ପୋଲିସ ବିଶ୍ୱର ସବୁଠାରୁ ବୟସ୍କ ମାରାଥନ ଧାବକ ଫୌଜା ସିଂହଙ୍କୁ ଧକ୍କା ଦେଇଥିବା ଡ୍ରାଇଭରକୁ ମଙ୍ଗଳବାର

ରାତିରେ ପୋଲିସ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ପରିଚୟ କରତାରପୁରର ଦାସୁପୁର ବାସିନ୍ଦା ଏନଆରଆଇ

ଅମୃତପାଲ ସିଂହ ଢିଲ୍ଲୋନ (୨୬) ବୋଲି ଚିହ୍ନଟ କରାଯାଇଛି। ତାଙ୍କ ଗାଡ଼ିକୁ ମଧ୍ୟ ଜବତ

କରାଯାଇଛି। ଅଭିଯୁକ୍ତ ପ୍ରାୟ ଏକ ସପ୍ତାହ ପୂର୍ବରୁ କାନାଡାରୁ ଫେରିଥିଲେ। ପୋଲିସ ଅନୁଯାୟୀ ୧୧୪

ବର୍ଷୀୟ ଫୌଜା ସିଂହ ଜଳନ୍ଧର ସ୍ଥିତ ତାଙ୍କ ପୈତୃକ ଗ୍ରାମ ବ୍ୟାସ ପିଣ୍ଡରେ ସୋମବାର ସନ୍ଧ୍ୟାରେ ବୁଲିବାକୁ ବାହାରିଥିଲେ, ଯେତେବେଳେ ଅଭିଯୁକ୍ତ ଢିଲ୍ଲୋନଙ୍କ ଗାଡ଼ି ତାଙ୍କୁ

ଧକ୍କା ଦେଇଥିଲା। ଢିଲ୍ଲୋନ ସେହି ସମୟରେ ଭୋଗପୁରରୁ କିଶନଗଡ଼ ଯାଉଥିଲେ। ଦୁର୍ଘଟଣାରେ ଫୌଜା

ସିଂହ ଗୁରୁତର ଆହତ ହୋଇଥିଲେ ଏବଂ ସେହି ଦିନ

ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଁ ଲୋକଙ୍କ ଅନୁଯାୟୀଧକ୍କା ଏତେ ଜୋରଦାର

ଥିଲା ଯେ ଫୌଜା ସିଂହ ପାଞ୍ଚରୁ ସାତ ଫୁଟ ଉପରକୁ ଛିଟକି ପଡିଥିଲେ।ପୋଲିସ ଅଭିଯୁକ୍ତ ଅମୃତପାଲଙ୍କ

ସୂଚନା ଅନୁଯାୟୀ ଆଜି ସକାଳେ ଫର୍ଚୁନର ଉଦ୍ଧାର

କରିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଫୌଜା ସିଂହଙ୍କ ଶେଷକୃତ୍ୟ କରାଯାଇ ନାହିଁ। ତାଙ୍କ ପରିବାରର

ଅଧିକାଂଶ ସଦସ୍ୟ କନାଡା ଏବଂ ଇଂଲଣ୍ଡରେ ରୁହନ୍ତି। ସେମାନେ ଗୁରୁବାର ସୁଦ୍ଧା ପହଞ୍ଚିବେ ବୋଲି

ଆଶା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande