ହାଇଦ୍ରାବାଦ 16 ଜୁଲାଇ (ହି.ସ)-ତେଲୁଗୁ ସିନେମା ସୁପରଷ୍ଟାର ରବି
ତେଜାଙ୍କ ପିତା ଭୂପତିରାଜୁ ରାଜଗୋପାଳ ରାଜୁଙ୍କ ଦେହାନ୍ତ ହୋଇଛି। 90 ବର୍ଷ ବୟସରେ ସେ ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ
ତ୍ୟାଗ କରିଛନ୍ତି। କୁହାଯାଉଛି ଯେ ସେ କିଛି ସମୟ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ।
ରାଜଗୋପାଳ ରାଜୁଙ୍କ ମୃତ୍ୟୁରେ କେବଳ ତାଙ୍କ ପରିବାର ଦୁଃଖିତ ନୁହେଁ, ବରଂ ତେଲୁଗୁ ଫିଲ୍ମ
ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।ମେଗାଷ୍ଟାର ଚିରଞ୍ଜିବୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଭାଇ ରବି ତେଜାଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣି ମୁଁ
ବହୁତ ଦୁଃଖିତ। ମୁଁ ତାଙ୍କୁ ଶେଷ ଥର ପାଇଁ ଭାଲ୍ଟେୟର ବୀରୟାର ସେଟରେ ଭେଟିଥିଲି। ସେ ବହୁତ
ଖୁସି ଥିଲେ ଏବଂ ବହୁତ ଉତ୍ସାହର ସହିତ କଥା ହୋଇଥିଲେ। ଏହି କଷ୍ଟକର ସମୟରେ, ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ମୁଁ
ପ୍ରାର୍ଥନା କରୁଛି ଯେ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା