ନୂଆଦିଲ୍ଲୀ, 16 ଜୁଲାଇ (ହି.ସ.)-କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’କୁ ଅନୁମୋଦନ ଦେଇଛନ୍ତି। ଏହି ଯୋଜନା 2025-26
ଅର୍ଥ ବର୍ଷରୁ ଆରମ୍ଭ ହୋଇ ଆଗାମୀ ଛଅ ବର୍ଷ ଯାଏଁ ଦେଶର
100ଟି ଚିହ୍ନଟ ଜିଲ୍ଲାରେ ଲାଗୁ
କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ରୀୟ କ୍ୟାବିନେଟ୍
ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜଣାଇଛନ୍ତି
ଯେ, ଏହି ଯୋଜନାକୁ 11ଟି ମନ୍ତ୍ରଣାଳୟର 36ଟି ବର୍ତ୍ତମାନ ବିଦ୍ୟମାନ ଯୋଜନା, ରାଜ୍ୟ ସରକାରଙ୍କର ଯୋଜନା ଏବଂ ବେସରକାରୀ ଖଣ୍ଡର ସହଯୋଗ ମାଧ୍ୟମରେ କାର୍ଯ୍ୟାନ୍ବିତ
କରାଯିବ। ଚୟନିତ 100ଟି ଜିଲ୍ଲାକୁ
ତିନୋଟି ପ୍ରମୁଖ ମାନକ — କମ ଉତ୍ପାଦନ
କ୍ଷମତା, କମ ଫସଲ ଘନତା ଏବଂ
କମ ଋଣ ବଣ୍ଟନ — ଆଧାରରେ ଚିହ୍ନଟ
କରାଯାଇଛି।
ଯୋଜନାର କ୍ରିୟାନ୍ୱୟନ ଓ ନିରୀକ୍ଷଣ ପାଇଁ ଜିଲ୍ଲା,
ରାଜ୍ୟ ଓ ଜାତୀୟ ସ୍ତରରେ ସମିତିଗୁଡ଼ିକୁ ଗଠନ କରାଯିବ।
ପ୍ରତ୍ୟେକ ଜିଲ୍ଲାରେ ଯୋଜନାର ଅଗ୍ରଗତିକୁ 117ଟି କାର୍ଯ୍ୟଦକ୍ଷତା ସୂଚକମାଧ୍ୟମରେ ମାପାଯିବ। ଏହି ଯୋଜନାର ପ୍ରମୁଖ
ଉଦ୍ଦେଶ୍ୟମାନେ ହେଲା, କୃଷି ଉତ୍ପାଦନକୁ ବୃଦ୍ଧି କରିବା, ଫସଲ ବିବିଧିକରଣ ଓ ସ୍ଥିର କୃଷି ପ୍ରଣାଳୀ ଆପଣାଇବା, ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଫସଲ କାଟିବା ପରେ ଭଣ୍ଡାରଣ ସମ୍ଭାବନା ବଢ଼ାଇବା, ଜଳସେଚନ ସୁବିଧାରେ ସୁଧାର ଓ ଦୀର୍ଘମିଆଦି ଏବଂ ଅଳ୍ପମିଆଦି କୃଷି
ଋଣର ଉପଲବ୍ଧତା ନିଶ୍ଚିତ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା