ବିହାରରେ ଗତ ତିନିଦିନରୁ ଜାରି ବର୍ଷା ଯୋଗୁ ଗୟାଜୀ ଓ ମୁଂଗେରରେ ବନ୍ୟା ପରିସ୍ଥିତି
ପାଟଣା, 16 ଜୁଲାଇ (ହି.ସ.) - ବିହାରରେ ଗତ ତିନି ଦିନ ଧରି ହେଉଥିବା ପ୍ରବଳ ବର୍ଷା କାରଣରୁ ମୁଙ୍ଗେର ଜିଲ୍ଲାର ହବେଲୀ ଖଡ଼ଗପୁର ଅଞ୍ଚଳରେ ଡଙ୍ଗରା ନଦୀ ଉପରେ ନିର୍ମିତ ଡାଇଭର୍ସନ୍ ପାଣିର ପ୍ରବାହରେ ଭାସିଯାଇଛି। ଏହି ବର୍ଷା ପ୍ରଭାବରେ ଗୟାଜୀ ଜିଲ୍ଲାର ଶେରଘାଟି ଓ ବୋଧଗ
ବିହାରରେ ଗତ ତିନିଦିନରୁ     ଜାରି ବର୍ଷା ଯୋଗୁ ଗୟାଜୀ ଓ ମୁଂଗେରରେ ବନ୍ୟା ପରିସ୍ଥିତି


ପାଟଣା, 16 ଜୁଲାଇ (ହି.ସ.)

- ବିହାରରେ ଗତ ତିନି

ଦିନ ଧରି ହେଉଥିବା ପ୍ରବଳ ବର୍ଷା କାରଣରୁ ମୁଙ୍ଗେର ଜିଲ୍ଲାର ହବେଲୀ ଖଡ଼ଗପୁର ଅଞ୍ଚଳରେ ଡଙ୍ଗରା

ନଦୀ ଉପରେ ନିର୍ମିତ ଡାଇଭର୍ସନ୍ ପାଣିର ପ୍ରବାହରେ ଭାସିଯାଇଛି। ଏହି ବର୍ଷା ପ୍ରଭାବରେ ଗୟାଜୀ

ଜିଲ୍ଲାର ଶେରଘାଟି ଓ ବୋଧଗୟା ଅଞ୍ଚଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୟାଜୀ ଅଞ୍ଚଳର

ପ୍ରାୟ ସମସ୍ତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି । 12ରୁ ଅଧିକ ଗ୍ରାମ ପାଣିରେ

ବୁଡିରହିଛି ।

ମୁଙ୍ଗେର ଜିଲ୍ଲାର ହବେଲୀ

ଖଡ଼ଗପୁର ବ୍ଲକ୍ ଅନ୍ତର୍ଗତ ହବେଲୀ ଖଡ଼ଗପୁର–ତାରାପୁର ମୁଖ୍ୟ ରାସ୍ତାରେ ଥିବାକଚ୍ଚି ମୋଡ଼ ନିକଟରେ ବୁଧବାର ଦିନ ଡଙ୍ଗରି ନଦୀରେ ପାଣି

ପ୍ରବାହ ଆରମ୍ଭ ହୋଇଥିଲା। ଏହି ତିବ୍ର ପ୍ରବାହ ହେତୁ ନଦୀ ଉପରେ ନିର୍ମାଣଧୀନ ପୋଲ୍ ନିକଟରେ

ତିଆରି ହୋଇଥିବା ଅସ୍ଥାୟୀ ଡାଇଭର୍ସନ୍ ପାଣିର ଚାପ ସହିନପାରି ଭାସିଯାଇଛି। ଡାଇଭର୍ସନ୍ ଭାସିଯିବା କାରଣରୁ ଖଡ଼ଗପୁର–ତାରାପୁର ମୁଖ୍ୟ ରାସ୍ତାରେ ଯାତାୟାତ ପ୍ରକ୍ରିୟା ବାଧାଗ୍ରସ୍ତ ହୋଇଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande