ଡିମା ହସାଓରେ ଭୂସ୍ଖଳନରେ ଜଣେ ମୃତ, 9 ଗୁରୁତର ଆହତ
ଡିମା ହସାଓ, 16 ଜୁଲାଇ (ହି.ସ.)- ଆସମର ପାହାଡ଼ି ଜିଲ୍ଲାମାନଙ୍କ ମଧ୍ୟରୁ ଡିମା ହାସାଓ ଜିଲ୍ଲାର ମାହୁର ଥାନା ଅନ୍ତର୍ଗତ ହଙ୍ଗରୁମ୍ ଗାଁରେ ବୁଧବାର ସକାଳେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି, ଅନ୍ୟ 9 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍
ଡିମା ହସାଓରେ ଭୂସ୍ଖଳନରେ     ଜଣେ ମୃତ, 9 ଗୁରୁତର ଆହତ


ଡିମା ହସାଓ, 16 ଜୁଲାଇ (ହି.ସ.)- ଆସମର ପାହାଡ଼ି

ଜିଲ୍ଲାମାନଙ୍କ ମଧ୍ୟରୁ ଡିମା ହାସାଓ ଜିଲ୍ଲାର ମାହୁର ଥାନା ଅନ୍ତର୍ଗତ ହଙ୍ଗରୁମ୍ ଗାଁରେ

ବୁଧବାର ସକାଳେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି,

ଅନ୍ୟ 9 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ

ମାହୁର ଓ ହାଫଲଙ୍ଗ ରାଜ୍ୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛନ୍ତି।

ଘଟଣା ସଂପର୍କରେ ସୂଚନା

ମିଳିବା ମାତ୍ରେ ମାହୁର ଥାନା ପୋଲିସ ଓ ଏସ୍‌ଡିଆରଏଫ୍ ଟିମ୍ ସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଓ

ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅଭିଯାନ ଆରମ୍ଭ

କରିଥିଲେ। ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଉଦ୍ଧାର କାର୍ଯ୍ୟରେ ନିୟୁକ୍ତ ଜଣେ ବରିଷ୍ଠ

ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଆହତମାନଙ୍କୁ ଜରୁରୀକାଳୀନ

ଚିକିତ୍ସା ପାଇଁ ମାହୁର ଓ ହାଫଲଙ୍ଗ ରାଜ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande