ଜୁଲାଇ 18ରେ ମୋତିହାରିରେ ଜନସଭା କରିବେ ପ୍ରଧାନମନ୍ତ୍ରୀ, ବିହାରକୁ ଦେବେ ପ୍ରାୟ 7200 କୋଟିର ବିକାଶମୂଳକ ପ୍ରକଳ୍ପ ଭେଟି
ପାଟଣା, 16 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 18 ଜୁଲାଇ, ଅର୍ଥାତ୍ ଶୁକ୍ରବାର ଦିନ ବିହାରର ପୂର୍ବ ଚମ୍ପାରଣ ଜିଲ୍ଲା ମୁଖ୍ୟାଳୟ ମୋତିହାରୀରେ ଜଣସଭାକୁ ସମ୍ବୋଧନ କରିବେ। ବିହାର ସରକାର ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଜଣସଭା ସମୟରେ ପ୍ରଧାନମନ୍ତ୍
ଜୁଲାଇ 18ରେ ମୋତିହାରିରେ     ଜନସଭା କରିବେ ପ୍ରଧାନମନ୍ତ୍ରୀ, ବିହାରକୁ ଦେବେ ପ୍ରାୟ 7200 କୋଟିର ବିକାଶମୂଳକ ପ୍ରକଳ୍ପ     ଭେଟି


ପାଟଣା, 16 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି 18 ଜୁଲାଇ, ଅର୍ଥାତ୍ ଶୁକ୍ରବାର

ଦିନ ବିହାରର ପୂର୍ବ ଚମ୍ପାରଣ ଜିଲ୍ଲା ମୁଖ୍ୟାଳୟ ମୋତିହାରୀରେ ଜଣସଭାକୁ ସମ୍ବୋଧନ କରିବେ।

ବିହାର ସରକାର ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଜଣସଭା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସଡ଼କ, ରେଲୱେ, ଇଲେକ୍ଟ୍ରୋନିକ୍ସ ଓ

ଗ୍ରାମୀଣ କଳ୍ୟାଣ ସହିତ ବିଭିନ୍ନ ମୁଖ୍ୟ ଖେତ୍ରରେ ପ୍ରାୟ 7,196 କୋଟି ଟଙ୍କାର ବିକାଶ

ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ଏହି ବିକାଶ ପ୍ରକଳ୍ପଗୁଡ଼ିକ

ମଧ୍ୟରୁ 5,398 କୋଟି ଟଙ୍କା ରେଲୱେ ପ୍ରକଳ୍ପଗୁଡ଼ିକ ପାଇଁ ବ୍ୟୟ ହେବ, ଯେଉଁଥିରେ 1,173 କୋଟି ଟଙ୍କା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ ବୃହତ୍

ପୂର୍ବାଧାର ପ୍ରକଳ୍ପଗୁଡ଼ିକ ପାଇଁ ନିର୍ଦ୍ଧାରିତ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି

ବିଭାଗ 63 କୋଟି ଟଙ୍କାର ପ୍ରକଳ୍ପରେ ଅଂଶଦାନ କରିବ। ଏହା ସହିତ,

ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ଗ୍ରାମୀଣ ଅନୁଯାୟୀ 40,000 ଲାଭାନ୍ବିତଙ୍କ ଖାତାରେ ସିଧାସଳଖ 162

କୋଟି ଟଙ୍କା ହସ୍ତାନ୍ତର କରାଯିବ। ଏହି ଯୋଜନା ଅଧୀନରେ ପ୍ରାୟ 12,000 ଲାଭାନ୍ବିତଙ୍କୁ ଗୃହ

ପ୍ରବେଶ ମିଳିବ। ଏହାସହିତ, ଗ୍ରାମୀଣ

ଆଜୀବିକାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ 61,500 ସ୍ୱୟଂ ସହାୟତା ଗୋଷ୍ଠୀ

400 କୋଟି ଟଙ୍କା ଜାରି କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande