କ୍ୟାବିନେଟରେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲା ଓ ଇସ୍ରୋକୁ ମହାକାଶ ମିଶନର ସଫଳତା ପାଇଁ ଶୁଭେଚ୍ଛା
ନୂଆଦିଲ୍ଲୀ, 16 ଜୁଲାଇ (ହି.ସ.)- କେନ୍ଦ୍ରୀୟ କ୍ୟାବିନେଟ୍ ଏକ ସଙ୍କଳ୍ପ ପାରିତ କରି ଗତକାଲି ମହାକାଶରୁ ସୁସ୍ଥ ଭାବେ ଫେରିଥିବା ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କ ଐତିହାସିକ ଯାତ୍ରା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛି। କ୍ୟାବିନେଟ୍ ଏହି ସଫଳତାକୁ ଭାରତର ଆକାଂକ୍ଷା
କ୍ୟାବିନେଟରେ ଗ୍ରୁପ     କ୍ୟାପଟେନ ଶୁଭାଂଶୁ ଶୁକ୍ଲା ଓ ଇସ୍ରୋକୁ ମହାକାଶ ମିଶନର ସଫଳତା ପାଇଁ ଶୁଭେଚ୍ଛା


ନୂଆଦିଲ୍ଲୀ, 16 ଜୁଲାଇ (ହି.ସ.)- କେନ୍ଦ୍ରୀୟ

କ୍ୟାବିନେଟ୍ ଏକ ସଙ୍କଳ୍ପ ପାରିତ କରି ଗତକାଲି ମହାକାଶରୁ ସୁସ୍ଥ ଭାବେ ଫେରିଥିବା ଗ୍ରୁପ୍

କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କ ଐତିହାସିକ ଯାତ୍ରା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛି।

କ୍ୟାବିନେଟ୍ ଏହି ସଫଳତାକୁ ଭାରତର ଆକାଂକ୍ଷା ଓ ବୈଜ୍ଞାନିକ ସଫଳତାର ପ୍ରତୀକ ବୋଲି କହିଛି। ଏହି

ମିଶନ୍ ଭାରତର ମହାକାଶ କାର୍ଯ୍ୟକ୍ରମରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ

ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କ ଫେରିବା ଉପରେ ଏକ ସଙ୍କଳ୍ପ ପାରିତ କରାଯାଇଛି।

କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାତୀୟ ମିଡିଆ କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା

ଦେଇଛନ୍ତି ।

ସଙ୍କଳ୍ପରେ କୁହାଯାଇଛି ଯେ

ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ମିଶନ୍ କେବଳ ଜଣେ ବ୍ୟକ୍ତିର ସଫଳତା ନୁହେଁ,

ବରଂ ଏହା ଭାରତର ଯୁବ ପିଢ଼ି ପାଇଁ ଏକ ପ୍ରେରଣାଦାୟକ

ଦୃଷ୍ଟାନ୍ତ। ଏହା ଦ୍ୱାରା ଆମର ପିଲାମାନେ

ଓ ଯୁବମାନେ ଅଧିକ ଜିଜ୍ଞାସୁ ହେବେ, ବୈଜ୍ଞାନିକ ଚିନ୍ତାଧାରା ଉନ୍ମୁକ୍ତି ପାଇବ। ଏହାର ପ୍ରଭାବରେ ବହୁ ପରିମାଣରେ ଯୁବମାନେ

ବିଜ୍ଞାନ ଓ ଉଦ୍ଭାବନକୁ ନିଜ କ୍ୟାରିୟର ଭାବେ ଗ୍ରହଣ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande